କନକ ବ୍ୟୁରୋ: ଚାଲିଛି ୧୯ ମହାଯୁଦ୍ଧର ଅନ୍ତିମ ଲଢ଼େଇ । ୬ଟି ସଂସଦୀୟ କ୍ଷେତ୍ର ସହ ୪୧ଟି ବିଧାନସଭା ଆସନରେ ଚାଲିଛି ଜୋରଦାର ସଂଘର୍ଷ । ଭଦ୍ରକ ସଂସଦୀୟ କ୍ଷେତ୍ର ଅଧିନସ୍ଥ ଭଦ୍ରକ ଆସନ ଦଖଲ ପାଇଁ ଚାଲିଛି ଛକାପଞ୍ଝା । ନିଜ ନିଜର ମତ ସାବ୍ୟସ୍ତ କରି ନେତା ବାଛୁଛନ୍ତି ମତଦାତା । ତେବେ ପ୍ରମୁଖ ଦଳରୁ କାହାକୁ ଭଦ୍ରକ ରାଜଗାଦିରେ ବସାଇବେ ତାହା ଉପରୁ ଆସନ୍ତା ମେ’୨୩ ତାରିଖରେ ପରଦା ଉଠିବ । ତେବେ ଏହି ବିଧାନସଭା କ୍ଷେତ୍ରର ରାଜନୈତିକ ଇତିହାସ କ’ଣ କହୁୂଛି ପଢ଼ନ୍ତୁ ।

Advertisment

୨୦୧୯ର ଲଢେଇ
ବିଜେଡି- ସଞ୍ଜୀବ ମଲ୍ଲିକ
କଂଗ୍ରେସ-ନଳୀନିକାନ୍ତ ମହାନ୍ତି
ବିଜେପି- ପ୍ରଦୀପ ନାୟକ

୨୦୧୯-ବିଜେଡି: ସଞ୍ଜୀବ ମଲ୍ଲିକ
-ପୂର୍ବତନ ବିଧାୟକ ହୃଦାନନ୍ଦ ମଲ୍ଲିକଙ୍କ ପୁଅ
-ପୂର୍ବତନ ବିଧାୟକ ମାନସ ମଲ୍ଲିକଙ୍କ ଭାଇ
- ବ୍ୟବସାୟୀରୁ ରାଜନୀତି
-ପ୍ରଥମଥର ନିର୍ବାଚନ ଲଢୁଛନ୍ତି

୨୦୧୯-କଂଗ୍ରେସ: ନଳୀନିକାନ୍ତ ମହାନ୍ତି
- ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି
- ଦକ୍ଷ ସଂଗଠକ

୨୦୧୯-ବିଜେପି: ପ୍ରଦୀପ ନାୟକ
- ୨୦୧୪ରେ ପରାଜିତ
- ଡାକ୍ତରରୁ ରାଜନୀତି
- ଦ୍ୱିତୀୟଥର ପାଇଁ ପ୍ରାର୍ଥୀ
- ପୁରୀ ସାଂସଦ ପ୍ରାର୍ଥୀ ସତ୍ୟପ୍ରକାଶ ନାୟକଙ୍କ ଭାଇ

ନିର୍ବାଚନ ମଣ୍ଡଳୀ ତଥ୍ୟ
- ଭଦ୍ରକ ଏବଂ ଭଦ୍ରକ ବ୍ଳକ୍କୁ ନେଇ ଗଠିତ
- ୧୯୫୧ରେ ନିର୍ବାଚନମଣ୍ଡଳୀ ଗଠିତ
- ଯୁଗଳ କିଶୋର ପଟ୍ଟନାୟକ ୫ଥର ବିଧାୟକ
- ପ୍ରଫୁଲ୍ଲ ସାମଲ ୨ଥର ବିଧାୟକ (୧୯୯୦ ଏବଂ ୧୯୯୫ )
- ନିତ୍ୟାନନ୍ଦ ମହାପାତ୍ର ୩ଥର ବିଧାୟକ ( ୧୯୫୭ରୁ ୧୯୬୭ )

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୨୯ ହଜାର ୪୯୧
- ମତ ଦେଇଥିଲେ – ୧ ଲକ୍ଷ ୬୧ ହଜାର ୬୧୬
- ଭୋଟଦାନ ହାର – ୭୦.୪୨%

୨୦୧୪ର ଫଳାଫଳ
ପ୍ରାର୍ଥୀ                            ଦଳ       ଭୋଟ        ପ୍ରତିଶତ     ଫଳାଫଳ
ଯୁଗଳ କିଶୋର ପଟ୍ଟନାୟକ ବିଜେଡି     ୮୦,୫୮୨  ୪୯.୮୬%   ବିଜୟୀ
ନରେନ୍ ପଲାଇ               କଂଗ୍ରେସ   ୫୬,୯୯୫  ୩୫.୨୭%   ପରାସ୍ତ
ପ୍ରଦୀପ ନାୟକ                 ବିଜେପି    ୧୯,୩୮୪  ୧୧.୯୯%    ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡିର ଯୁଗଳ କିଶୋର ପଟ୍ଟନାୟକ ନିର୍ବାଚନ ଜିତିଥିଲେ
- ୮୦ ହଜାର ୫୮୨ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ନରେନ୍ ପଲାଇଙ୍କୁ ପରାସ୍ତ କରିଥିଲେ
- ୨୩ ହଜାର ୫୮୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୮ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ