ନୃଶଂସତାର ସୀମା ପାର୍ : ଗଣଦୁଷ୍କର୍ମ ପରେ ନାବାଳିକା ଉପରେ ଏସିଡ଼୍ ପକାଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନଦୀରେ ଫୋପାଡ଼ିଲେ ଦୁର୍ବୃତ

ନୃଶଂସତାର ସୀମା ପାର୍ : ଗଣଦୁଷ୍କର୍ମ ପରେ ନାବାଳିକା ଉପରେ ଏସିଡ଼୍ ପକାଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନଦୀରେ ଫୋପାଡ଼ିଲେ ଦୁର୍ବୃତ

ଉତ୍ତରପ୍ରଦେଶର ଭଦୋହୀ ଅଞ୍ଚଳରେ ନୃଶଂସତାର ସୀମା ପାର୍ କରିଛନ୍ତି ଦୁର୍ବୃତ। ଜଣେ ୧୭ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରିବା ପରେ ପୀଡ଼ିତାର ଦେହରେ ଏସିଡ଼୍ ପକାଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନଦୀରେ ଫୋପାଡ଼ି ଚାଲିଯାଇଛନ୍ତି ଦୁର୍ବୃତ । ପୁଲିସ୍ ମୁତାବକ , ଭଦୋହୀର ୧୭ ବର୍ଷୀୟା ଏହି ନାବାଳିକା ଗତ ୧୮ ତାରିଖରେ ଗାଇ ଚରାଇବା ପାଇଁ କ୍ଷେତକୁ ଯାଇଥିଲା । ତା’ପରଠୁ ଝିଅଟିର ଖୋଜଖବର ମିଳିନଥିଲା । ଅନେକ ଖୋଜାଖୋଜି ପରେ ପରିବାର ଲୋକ ପୁଲିସରେ ଏନେଇ ଏତଲା ଦେଇଥିଲେ । ଆଇପିସି ଧାରା ୩୬୩ ଅନୁସାରେ ପୁଲିସ୍ ଅପହରଣର ମାମଲା ରୁଜୁ କରି ଝିଅଟିର ସନ୍ଧାନରେ ଲାଗିପଡ଼ିଥିଲା । ଏହାରି ଭିତରେ ଝିଅଟିର ଅର୍ଦ୍ଧଦଗ୍ଧ ଶବ ନଦୀ କୂଳରୁ ମିଳିଥିଲା । ପୀଡିତା ପରିବାର କହିବାନୁସାରେ ଦୁଷ୍କର୍ମ ପରେ ଝିଅଟି ଉପରେ ଏସିଡ଼୍ ପକାଯାଇଛି ଏବଂ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାକୁ ନଦୀରେ ଫୋପାଡ଼ି ଦିଆଯାଇଛି । ଘଟଣାର ଜାଞ୍ଚ୍ କରିବା ପାଇଁ ୪ ଜଣିଆ ଏକ କ୍ରାଇମବ୍ରାଞ୍ଚ୍ ଟିମ୍ ଗଠନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe