ଟିଭି ଇଣ୍ଡଷ୍ଟ୍ରିକୁ ବଡ ଝଟକା । ‘ଭାବିଜୀ ଘର ପର ହେ’ ଫ୍ରେମ ମଲଖାନଙ୍କ ପରଲୋକ

1,586

କନକ ବ୍ୟୁରୋ : ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ତଥା ‘ଭାବିଜୀ ଘର ପର ହେ’ ଫ୍ରେମ ମଲଖାନଙ୍କ ଦେହାନ୍ତ ହୋଇଛି । ଏଭଳି ଖବର ପ୍ରଚାରିତ ହେବା ପରେ ସହ କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ସୂଚନା ମୁତାବକ ଦିପେଶ ଶନିବାର ସକାଳେ ଖେଳୁଥିବା ବେଳେ ଅଚାନକ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏଭଳି ଖବର ପାଇବା ପରେ ‘ଭାବିଜୀ ଘର ପର ହେ’ ସରିଏଲର ପ୍ରଯୋଜକ ସଂଜୟ ଓ ବେନିଫର କୋହଲି ଦୁଃଖ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି କି ଦିପେଶ ତାଙ୍କ ଟିମର ଜଣେ ଏଭଳି ସଦସ୍ୟ ଥିଲେ ଯେ କି ସମସ୍ତଙ୍କୁ ପରିବାରର ସଦସ୍ୟ ବୋଲି ମନେ କରୁଥିଲେ । ଏହାସହ ଦିପେଶ ଜଣେ ତ୍ୟାଗି କଳାକାର ବୋଲି ଉଭୟ ପ୍ରଯୋଜକ କହିଛନ୍ତି ।

ଦିପେଶ ତାଙ୍କର ମଜାଦାର ଅଭିନୟ ପାଇଁ ବେଶ୍ ପରିଚିତ ଥିଲେ । ସେ ‘ଭାବିଜୀ ଘର ପର ହେ’ ବ୍ୟତୀତ ‘କମେଡି କିଙ୍ଗ କୌନ’ ‘କମେଡି କ୍ଲବ’ ‘ଭୁତବାଲା’ “ଏଫଆଇଆର” ସମେତ ‘ସୁନ ୟାର ଚିଲ୍ ମାର’ ଭଳି ସିରିଏଲରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଣ୍ଟିଥିଲେ । ସେ ଦିଲ୍ଲୀରେ ନିଜର ପାଠପଢା ସାରିବା ପରେ ୨୦୦୫ ରେ ମୁମ୍ବାଇ ଆସିଥିଲେ । ସେ ୨୦୧୯ ରେ ବିବାହ କରିଥିଲେ । ତାଙ୍କର ଏକ ପୁଅ ଥିବା କଥା କୁହାଯାଇଛି ।