ଅଡୁଆରେ “ଭାବିଜୀ ଘର ପର ହୈ” ଏବଂ “ତୁଝସେ ହୈ ରବତା” ! ମୋଦି ସରକାରଙ୍କ ଗୁଣଗାନ କରୁଥିବାରୁ ଦୁଇ ହିନ୍ଦୀ ଧାରାବାହିକକୁ ନୋଟିସ୍ ପଠାଇଲେ ନିର୍ବାଚନ କମିଶନ ।

415

ଜିଟିଭି ଏବଂ ଆଣ୍ଡ ଟିଭିରେ ପ୍ରସାରିତ ହେଉଥିବା ଦୁଇଟି ଧାରାବାହିକକୁ ନିର୍ବାଚନ କମିଶନ କାରଣ ଦର୍ଶାଅ ନୋଟିସ ପଠାଇଥିବା ଜଣା ପଡ଼ିଛି । ମୋଦୀ ସରକାରଙ୍କ ସ୍କିମର ପ୍ରମୋସନ କରିଥିବାରୁ ନିର୍ବାଚନ କମିସନ ଏଭଳି ନୋଟିସ୍ ପଠାଇଛନ୍ତି । ଦୁଇଟି ଧାରାବାହିକ ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ କଂଗ୍ରେସ ନିର୍ବାଚନ କମିଶନଙ୍କ ଆଗରେ ଜଣାଇବା ପରେ କାରଣ ଜାଣିବା ପାଇଁ ନିର୍ବାଚନ କମିସନ ଦୁଇ ଧାରାବାହିକର ପ୍ରଯୋଜକଙ୍କୁ ନୋଟିସ୍ ଜାରି କରିଛନ୍ତି ।

ସୂଚନା ମୁତାବକ, ଧାରାବାହିକରେ ମୋଦୀ ସରକାରଙ୍କର ଉଜ୍ଜଳା ଯୋଜନା ଏବଂ ସ୍ୱଚ୍ଛ ଭାରତ ଅଭିଯାନର ପ୍ରଶଂସା କରାଯାଇଥିଲା । ‘ଭାବିଜୀ ଘର୍ ପର୍ ହୈ’ ଏବଂ ‘ତୁଝସେ ହୈ ରାବତା’ ଧାରାବାହିକରେ ମୋଦୀ ସରକାରଙ୍କ ସ୍କିମର ପ୍ରଶଂସା କରାଯାଇଥିବା ଦେଖି କଂଗ୍ରେସ ଅଭିଯୋଗ କରିବା ପରେ ଧାରାବାହିକର ପ୍ରାଯାଜକମାନଙ୍କୁ ଗୋଟେ ଦିନ ମଧ୍ୟରେ କାରଣ ଜଣାଇବା ପାଇଁ ନୋଟିସ୍ ଜାରି କରାଯାଇଛି । ଏହା ସହ ଦୁଇ ଧାରବାହିକର ପ୍ରଯୋଜକଙ୍କ ପ୍ରତିକ୍ରିୟା ଆସିବା ପରେ ହିଁ ଆବଶ୍ୟକ କାର‌୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନିର୍ବାଚନ କମିଶନ ।