ନିକଟରେ ଇଣ୍ଟରନ୍ୟାସନାଲ୍ ପୋଲିସ୍ ଏକ୍ସପୋ ୨୦୧୯ ରେ ଲଞ୍ଚ୍ ହୋଇଥିବା ଭାଭା କବଚକୁ “ଭାରତର ସବୁଠାରୁ ହାଲୁକା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍” ବୋଲି କୁହାଯାଉଛି । ଏହି ଜ୍ୟାକେଟ୍ କୁ ଅର୍ଡନେସ୍ ଫ୍ୟାକ୍ଟରି ବୋର୍ଡ ଏବଂ ପବ୍ଲିକ୍ ସେକ୍ଟର କମ୍ପାନୀ ନିଧାନୀ ମିଶି ପ୍ରସ୍ତୁତ କରିଛନ୍ତି । ଏକ୍ସପୋ ଜାରୀ କରିଥିବା ଗଣମାଧ୍ୟମ ରିପୋର୍ଟ ଅନୁସାରେ , ଏହି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ୭.୬୨ ଏମଏମ୍ ଷ୍ଟିଲ୍ ଲାଗିଥିବା ଏକେ-୪୭ ରାଇଫଲ୍ ର ବୁଲେଟ୍ ଠାରୁ ଆରମ୍ଭ କରି ୫.୫୬ ଏମଏମ୍ ଇନ୍ସାସ୍ ର ଗୁଳିକୁ ମଧ୍ୟ ସହ୍ୟ କରିବାର କ୍ଷମତା ରଖେ । ଏହି କବଚର ଓଜନ ୯.୨ କିଲୋଗ୍ରାମ୍ ।
ରିପୋର୍ଟ ମୁତାବକ , କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ଏହି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ତୁଳନାରେ ଏହାର ଓଜନ ଅଧକିଲୋ କମ୍ । ଏହି ଜ୍ୟାକେଟ୍ କୁ ଭାଭା ଅଟମିକ୍ ରିସର୍ଚ୍ଚ ସେଣ୍ଟରର ନାନୋ ଟେକ୍ନୋଲଜିରେ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ୫ ବର୍ଷର ଗ୍ୟାରେଣ୍ଟି ମଧ୍ୟ ରହିଛି । ତେବେ ଆପଣଙ୍କୁ କହିରଖୁଛୁ ଯେ ଭାରତୀୟ ସୁରକ୍ଷାବଳରେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ର ଘୋର ଅଭାବ ରହିଛି । ସୂଚନା ଅନୁସାରେ , ଏହି ନୂଆ ଜ୍ୟାକେଟ୍ କୁ କିଣିବା ପାଇଁ ସରକାର ୬୩୯ କୋଟି ଟଙ୍କା ଖର୍ଚ୍ଚ କରି ୨୦୨୦ ଏପ୍ରିଲ୍ ମାସ ଶେଷ ସୁଦ୍ଧା ୧.୮୬ ଲକ୍ଷ ଜ୍ୟାକେଟ୍ କିଣିବେ । ଏହି ସୁଚନା ଖୋଦ୍ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସଂସଦରେ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/BHABA.jpg)
/kanak/media/post_attachments/wp-content/uploads/2019/07/a3f09092e31e32d9b8c9e0035df9315e-300x175.jpg)