ରଦ୍ଦ ହେବ କି ମମତାଙ୍କ ପ୍ରାର୍ଥୀପତ୍ର? ରିଟର୍ଣ୍ଣିଂ ଅଫିସରଙ୍କ ଆଗରେ ଏହି ଅଭିଯୋଗ ଆଣିଲେ ବିଜେପି  ପ୍ରାର୍ଥୀ । 

543

କନକ ବ୍ୟୁରୋ: ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ସହିତ ପଶ୍ଚିମବଙ୍ଗରେ ପୁଣି ଆରମ୍ଭ ହୋଇଛି ବିଜେପି-ଟିଏମସି ଟଣାଓଟରା । ଟିଏମସି ନେତ୍ରୀ ମମତା ବାନାର୍ଜୀ ଉପ-ନିର୍ବାଚନରେ ପ୍ରାର୍ଥୀ ହୋଇଥିବାରୁ ବିଜେପି ଏହାକୁ ବେଶ ଗୁରୁତ୍ୱର ସହ ନେଇଛି । ତେବେ ଏହାରି ଭିତରେ ଭବାନୀପୁର ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ବିଜେପି ନେତ୍ରୀ ପ୍ରିୟଙ୍କା ତୃଣମୂଳ ନେତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ ।

ବିଜେପି ନେତ୍ରୀଙ୍କ କହିବା ମୁତାବକ, ମମତା ବାନାର୍ଜୀ ଉପ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ହେଲେ ଏହି ସମୟରେ ସେ ତାଙ୍କ ନାଁରେ ଥିବା ୫ଟି ପୋଲିସ ମାମଲା ବିଷୟରେ ଉଲ୍ଲେଖ କରିନାହାଁନ୍ତି ।  ତେଣୁ ତାଙ୍କର ପ୍ରାର୍ଥୀପତ୍ର ନାକଚ କରିବାକୁ ସେ ରିଟଣ୍ଣିଂ ଅଫିସରଙ୍କ ପାଖକୁ ଚିଠି ଲେଖିଛନ୍ତି । ଅନ୍ୟପଟେ କିନ୍ତୁ ଏହି ଘଟଣା ଖଣ୍ଡନ କରିଛି ଟିଏମସି ।

ସୂଚନାଯୋଗ୍ୟ ଯେ, ସାଧାରଣ ନିର୍ବାଚନରେ ମମତା ବାନାର୍ଜୀ ନନ୍ଦୀଗ୍ରାମ ଆସନରୁ ପ୍ରାର୍ଥୀ ହୋଇ ହାରି ଯାଇଥିଲେ । ଏହି ସମୟରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ତାଙ୍କୁ ହରାଇ ଦେଇଥିଲେ । ହେଲେ ଏହାସତ୍ତେ୍ୱ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ସାମ୍ବିଧାନିକ ନିୟମ ମୁତାବକ ୬ ମାସ ମଧ୍ୟରେ ମମତାଙ୍କୁ ବିଧାୟକ ଭାବେ ନିର୍ବାଚିତ ହେବାକୁ ପଡିବ । ତେଣୁ ଭବାନୀପୁର ଉପ-ନିର୍ବାଚନରେ ମମତା ବାନାର୍ଜୀ ପ୍ରାର୍ଥୀ ହୋଇଛନ୍ତି । ଆଉ ତାଙ୍କ ବିରୋଧରେ ବିଜେପି ପ୍ରିୟଙ୍କା ଟେବ୍ରିୱାଲଙ୍କୁ ପ୍ରାର୍ଥୀ କରିଛି ।