କନକ ବ୍ୟୁରୋ: କଳାହାଣ୍ଡିର ଜୁନାଗଡ ଅଂଚଳରେ ବଡ ଲୁଟ୍ ଅଭିଯୋଗ । ଦୁର୍ବୃତ୍ତଙ୍କ ଗୁଳିମାଡରେ ପୁଅ ପ୍ରାଣ ହରାଇଲା ପୁଅ, ବର୍ତ୍ତିଗଲେ କିନ୍ତୁ ଗୁରୁତର ହୋଇଛନ୍ତି ବାପା । ସୂଚନା ମୁତାବକ, କଳାହାଣ୍ଡିର ବାପ କ୍ଷୀତି ନାୟକ ଓ ପୁଅ ବଳଭଦ୍ର ଆଜି ଭବାନୀପାଟଣାରେ ୬ ଲକ୍ଷ ଟଙ୍କା ଉଠାଇ ଜଙ୍ଗଲ ରାସ୍ତାରେ ଜୁନାଗଡ ଫେରୁଥିଲେ । ଏହି ସମୟରେ ଜୁନାଗଡ ନିକଟ ବୋରଗୁଡା ନିକଟରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ମୋଟର ସାଇକେଲରେ ପିଛା କରିଥିଲେ । ପରେ ସେମାନଙ୍କୁ ରାସ୍ତାରେ ଆକ୍ରମଣ କରି ଟଙ୍କା ଲୁଟ କରିନେଇଥିଲେ ।
ସେପଟେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ବଳଭଦ୍ର ନାଏକଙ୍କ ମୃତ୍ୟୁ ହୋଇଛି । ଏବଂ ଗୁରୁତର ଅବସ୍ଥାରେ ବାପା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରୁ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ସ୍ଥାନୀୟ ଅଞ୍ଚଳରେ ଘଟଣାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଥିବାବେଳେ ଘଟଣା ସ୍ଥଳରେ ପହଁଛି ଛାନଭିନ ଆରମ୍ଭ କରିଛି ପୋଲିସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/GUN-1.jpg)