ଭବାନୀପାଟଣାରେ ଲୋକଙ୍କୁ ନୟାନ୍ତ କଲା ଭାଲୁ । ଭାଲୁ ଆକ୍ରମଣରେ ୬ ଆହତ, ଜଙ୍ଗଲି ଜନ୍ତୁକୁ କାବୁ କରିବା ପାଇଁ ବନ ବିଭାଗର ଉଦ୍ୟମ ଜାରି, ଗୋଟିଏ ସପ୍ତାହ ହେଲାଣୀ ସହରରେ ଆତଙ୍କ ଖେଳାଇଛି ଭାଲୁ ।

241

କନକ ବ୍ୟୁରୋ: ଘାଇଲା କଲା ଭବାନୀପାଟଣାର ଭାଲୁ । ସହର ଭିତରେ ଜଙ୍ଗଲି ଭାଲୁର ହଙ୍ଗାମା । ସବୁ କିଛି ସ୍ୱାଭାବିକ୍ ଚାଲିଥିବ ଆଉ ଯଦି ଜଙ୍ଗଲି ଜନ୍ତୁ ସହର ଭିତରକୁ ଚାଲିବ ତେବେ ସ୍ଥିତି କ’ଣ ହୁଏ ଇଏ ହେଉଛି ତାର ଚିତ୍ର । ଭାଲକୁ ଦେଖି ଲୋକ ଛାନିଆ, ଲୋକଙ୍କୁ ଦେଖି ଭାଲୁ ଛାନିଆ । ଆଉ ଏହାରି ଭିତରେ ଦୀର୍ଘ ସମୟ ଧରି ଚାଲିଥିଲା, ଭାଲୁ ମଣିଷର ସଂଘର୍ଷ । ହଠାତ୍ ଭାଲୁ ବି ନୃସଂଶ ହୋଇ ଉଠିଥିଲା । ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ଉପରକୁ ଏଭଳି ଲମ୍ଫ ମାରିଲା ଯେ, ବ୍ୟକ୍ତି ଜଣକ ଲହୁଲୁହାଣ ହୋଇଗଲେ । ଭାଲୁ ମଣିଷ ଲଢ଼େଇର ଏହି ଚିତ୍ର ଆସିଛି କଳାହାଣ୍ଡି ଜିଲ୍ଲା ଭାବାନୀପାଟଣା ସହରରୁ ।

ସହରରେ ମାତିଛି ଭାଲୁ
ଭବାନୀପାଟଣାରେ ଲୋକେ ନୟାନ୍ତ

ଗୁରୁବାର ବିଳମ୍ବିତ ରାତିରେ ଭାଲୁଟି ଭବାନୀପାଟଣା ସହରର ଜଣେ ଡାକ୍ତରଙ୍କ ଘରେ ପଶିଯାଇଥିଲା । ଏହାପରଠୁ ଭାଲୁଟି ଭବାନୀପାଟଣା ସହର ଭିତରେ ଘୁରିବୁଲୁଛି । ସାମ୍ନାରେ ପଡୁଥିବା ଲୋକଙ୍କୁ ଆକ୍ରମଣ କରୁଛି । ଭାଲୁ ଆକ୍ରମଣରେ ଶେଷ ଖବର ସୁଦ୍ଧା ୬ଜଣ ଲୋକ ଆହତ ହୋଇଛନ୍ତି । ଆଉ ଏହାକୁ ନେଇ ଏବେ ସହରବାସୀ ଭୟଭୀତ । ଘଟଣାସ୍ଥଳରେ ବନବିଭାଗର ଟିମ୍ ପଂହଚି ଭାଲୁକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।