କନକ ବ୍ୟୁରୋ : ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଆପ୍ଲାଏଡ ଡାଟା ଆନାଲିଟିକ୍ସ, ଫାଇନାନ୍ସିଆଲ ପ୍ଲାନିଂ ଓ ଇନଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ ହୋଇଛି । ଗୋଠପାଟଣାସ୍ଥିତ ପରିସରରେ ଏହି ପାଠ୍ୟକ୍ରମ ଆରମ୍ଭ ହୋଇଛି । ବିଜିୟୁ କୁଳପତି ଡକ୍ଟର ପ୍ରଫେସର ପିପି ମାଥୁର, ବିଜିୟୁ ରେଜିଷ୍ଟ୍ରା ଡକ୍ଟର ବିକେ ଦାସ, ବିର୍ଲା ସ୍କୁଲ ଅଫ ମ୍ୟାନେଜମେଣ୍ଟର ଡିନ୍ ପ୍ରଫେସର ପରମେଶ୍ୱର ନାୟକ ଓ ବିର୍ଲା ସ୍କୁଲ ଅଫ କମର୍ସର ଡିନ୍ ପ୍ରଫେସର ସାମସନ ମହାରଣା ୟୁନିଭରସିଟି ସେମିନାର ହଲ୍୍ ରେ ଏହି ପାଠ୍ୟକ୍ରମ ଗୁଡିକ ଆରମ୍ଭ କରିଥିଲେ ।
ଏହି ପାଠ୍ୟକ୍ରମଗୁଡିକୁ ଏପରି ଡିଜାଇନ କରାଯାଇଛି ଯାହା ବଜାର ଓ ଶିଳ୍ପ ଗୁଡିକର ଚାହିଦା ପୂରଣ କରିବାରେ ସାହାଯ୍ୟ କରିବ । ଏହା ଅଧିକରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବ ବୋଲି ପ୍ରଫେସର ମାଥୁର କହିଥିଲେ ।
ସେହିପରି ଡକ୍ଟର ବିକେ ଦାସ ତାଙ୍କ ସ୍ୱାଗତ ଭାଷଣରେ କହିଥିଲେ ଯେ, ମହାମାରୀ ସମୟରେ ଆମେ ସମସ୍ତେ କଠିନ ସମୟ ଦେଇ ଗତି କରିଛୁ ଏବଂ ବିନା କୌଣସି ବ୍ୟାଘାତରେ ଅନଲାଇନ ଶିକ୍ଷା ଜାରି ରଖିବା ପାଇଁ ଫାକଲ୍ଟିମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ବିଜିୟୁ କୁଳପତି ପ୍ରଫେସର ପିପି ମାଥୁର, ବିଜିୟୁ ରେଜଷ୍ଟ୍ରା ବିକେ ଦାସ ମଧ୍ୟ ନିଜ ନିଜ ଅଞ୍ଚଳରେ ଏଭଳି ଅଭିନବ ପାଠ୍ୟକ୍ରମ ଆରମ୍ଭ କରିବାକୁ ସ୍କୁଲର ଡିନ୍୍ ଓ ଫାକଲ୍ଟି ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।