ବଜେଟ୍ ବ୍ରିଫକେସର ରହସ୍ୟ : କେବଳ କାଗଜ ନା ଆଉ କିଛି ? ଜାଣନ୍ତୁ ଏହାର ରୋଚକ କଥା...

Advertisment

ବଜେଟ୍‌ ବ୍ରିଫକେସ ବଜେଟ୍‌ ସମ୍ୱନ୍ଧୀୟ କାଗଜ ଥାଏ ବୋଲି ଆମେ ସମସ୍ତେ ଜାଣନ୍ତି । କିନ୍ତୁ ପ୍ରକୃତରେ ତାହା ଭିତରେ କଣ ଥାଏ ତାହା ଆପଣ ଜାଣିଛନ୍ତି କି ? 

ବଜେଟ୍‌ ବ୍ରିଫକେସ ବଜେଟ୍‌ ସମ୍ୱନ୍ଧୀୟ କାଗଜ ଥାଏ ବୋଲି ଆମେ ସମସ୍ତେ ଜାଣନ୍ତି । କିନ୍ତୁ ପ୍ରକୃତରେ ତାହା ଭିତରେ କଣ ଥାଏ ତାହା ଆପଣ ଜାଣିଛନ୍ତି କି ? 

Gemini_Generated_Image_68wzgt68wzgt68wz

budget2026 Photograph: (kanak news)

କନକ ବ୍ୟୁରୋ: ଆଉ କିଛି ସମୟ ପରେ ଲଗାତାର ନବମ ଥର ଲାଗି ସଂସଦରେ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯେହେତୁ ବଜେଟ୍‌ ପୁରା ଦେଶର ଅର୍ଥାବ୍ୟବସ୍ଥା ଉପରେ ନିର୍ଭର କରେ, ତେଣୁ ଏହାକୁ ନେଇ ଚର୍ଚ୍ଚା ହେବା ସ୍ବାଭାବିକ କଥା । କିନ୍ତୁ ପ୍ରତିଥର ଆପଣ ଦେଖିଥିବେ, ବଜେଟ୍‌ ଉପସ୍ଥାପନ ପୂର୍ବରୁ ନିର୍ମଳା ଏକ ବ୍ରିଫକେସ ନେଇ ଆସନ୍ତି, ଅବଶ୍ୟ ଏବେ ଟାବଲେଟ୍‌ ନେଇ ଆସୁଛନ୍ତି । ବଜେଟ୍‌ ବ୍ରିଫକେସ୍‌ରେ ବଜେଟ୍‌ ସମ୍ୱନ୍ଧୀୟ କାଗଜ ଥାଏ ବୋଲି ଆମେ ସମସ୍ତେ ଜାଣନ୍ତି । କିନ୍ତୁ ପ୍ରକୃତରେ ତାହା ଭିତରେ କଣ ଥାଏ ତାହା ଆପଣ ଜାଣିଛନ୍ତି କି ? 

ପେପରଲେସ୍‌ ହେଉଛି ବଜେଟ୍‌
ବଦଳିନି ବ୍ରିଫକେସର ପରମ୍ପରା

ଏବେ ଡିଜିଟାଲରେ ପ୍ରାୟ ସମସ୍ତ କାମ ହେଉଛି । ତେଣୁ ଏଥିରୁ ବଜେଟ୍‌ ବାଦ ପଡ଼ିବ ବା କେମିତି । ନିର୍ମଳା ସୀତାରମଣ ସଂସଦରେ ଯେଉଁ ବଜେଟ୍‌ ଉପସ୍ଥାପନ କରୁଛନ୍ତି ତାହା ମଧ୍ୟ ପେପର ଲେସ୍‌ରେ ହେଉଛି । ହେଲେ ବି କାହିଁକି ସେ ସାଙ୍ଗରେ ଏକ ବ୍ରିଫକେସ ନେଇ ଆସୁଛନ୍ତି କି ନାହିଁ ସେନେଇ ଆଲୋଚନା ଚାଲିଛି ।  ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଅର୍ଥମନ୍ତ୍ରୀମାନେ ବଜେଟ୍‌ ସମୟରେ ଯେଉଁ ବ୍ରିଫକେସ ସାଙ୍ଗରେ ନେଇ ଆସନ୍ତି ତାହା ମଧ୍ୟରେ ବି ପାର୍ଥକ୍ୟ ରହିଛି । ରଙ୍ଗ ବଦଳିଛି ସତ ହେଲେ ପରମ୍ପରା ଆଜି ବି ଅକ୍ଷୂର୍ଣ୍ଣ ରହିଛି ।

ଆହୁରି ପଢ଼ନ୍ତୁ: ଆଉ କିଛି ସମୟପରେ ଆସିବ କେନ୍ଦ୍ରୀୟ ବଜେଟ

କେଉଁଠୁ ଆସିଛି ବଜେଟ୍‌ ଶଦ୍ଦ ?

ବଜେଟ୍‌ । ଅର୍ଥାତ୍‌ ସରକାରଙ୍କ ହିସାବ କିତାବ ବା ଅର୍ଥବ୍ୟବସ୍ଥାକୁ ବୁଝାଏ । ଏହି ଶଦ୍ଦ ଭାରତର ନୁହେଁ ବରଂ ଫ୍ରେଞ୍ଚ ଶଦ୍ଦ ବୋଲି ସୂଚନା ରହିଛି । ଠିକ୍‌ ସେମିତି ବଜେଟ୍‌ ଅଧିବେଶନରେ ବ୍ରିଫକେସ୍‌ର ପରମ୍ପରା ବ୍ରିଟେନ୍‌ରୁ ଆସିଛି । ୧୮୬୦ ମସିହାରେ ୱିଲିୟମ ଇ ଗୋଲ୍ଡଷ୍ଟୋନ ପ୍ରଥମ ଥର ବ୍ରିଟେନ ବଜେଟ ଆଗତ କରିବା ସମୟରେ ବ୍ରିଫକେସ୍‌ର ବ୍ୟବହାର କରିଥିଲେ । ଯାହା କି ପରେ ‘ଗୋଲ୍ଡଷ୍ଟୋନ ବକ୍ସ’ ରୂପେ ପରିଚିତ ହୋଇଥିଲା। ଏହାପରେ ଭାରତରେ ବି ବଜେଟ୍‌ ଉପସ୍ଥାପନ ବେଳେ ଏହି ପରମ୍ପରା ପାଳନ ହେବାରେ ଲାଗିଛି । 

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ ଯେ ସ୍ବାଧୀନ ଭାରତରେ ୧୯୪୭ ମସିହା ନଭେମ୍ବର ୨୬ ତାରିଖରେ ପ୍ରଥମ ଅର୍ଥମନ୍ତ୍ରୀ ଆରକେ ଶନମୁଖମ ପ୍ରଥମଥର ବଜେଟ୍‌ ଉପସ୍ଥାପନ କରିଥିଲେ । ସେହି ସମୟରେ ବ୍ରିଫକେସର ରଙ୍ଗ ଲାଲ୍‌ ଥିଲା । ହେଲେ ପରବର୍ତ୍ତୀ ସମୟରେ ଯେବେ ନେହେରୁ ବଜେଟ୍‌ ଉପସ୍ଥାପନ କଲେ ସେବେ ଏହାର ରଙ୍ଗ ଲାଲ ପରିବର୍ତ୍ତେ କଳା ହୋଇଥିଲା । ସେବେଠୁ ଅର୍ଥମନ୍ତ୍ରୀମାନେ ନିଜ ଅନ୍ଦାଜରେ ବ୍ରିଫକେସ୍‌ ନେଇ ସଂସଦ ଆସୁଥିବା ଦେଖାଦେଇଛି । କଥା ହେଲା, ୨୦୧୯ ମସିହାରେ ନିର୍ମଳା ବ୍ରିଫକେସ୍‌ ପରମ୍ପରାକୁ ଭାଙ୍ଗିଥିଲେ । ବ୍ରିଫକେସ ପରିବର୍ତ୍ତେ ସାଙ୍ଗରେ ଆଣିଥିଲେ ଟାବଲେଟ୍‌ । କାରଣ ଏବେ ପେପର ଲେସ୍‌ ବଜେଟ୍‌ ଉପସ୍ଥାପନ ହେଉଛି । ତେଣୁ ନିର୍ମଳା ଆଜି ବଜେଟ୍‌ ଉପସ୍ଥାପନ କରୁଥିବାରୁ ଚର୍ଚ୍ଚାରେ ବ୍ରିଫକେସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe