କନକ ବ୍ୟୁରୋ : ଆକ୍ସନ ମୋଡରେ ଟ୍ରାଫିକ ଏନଫୋର୍ସମେଣ୍ଟ ଟିିମ୍ । ପାର୍ବଣ ବେଳେ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରିଛି ପୋଲିସ । ଗତ ଦୁଇ ଦିନ ମଧ୍ୟରେ ରଙ୍ଗ ସାଇଡ ଡ୍ରାଇଭିଂ ପାଇଁ ୨୦୧ ଜଣ, ମଡି ଫାଏଡ ସାଇଲେନ୍ସର ପାଇଁ ୧୩ ଜଣ, ବେଆଇନ ପାର୍କିଂ ପାଇଁ ୮୪ ଜଣ ଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହାବାଦ ମଦ ପିଇ ଗାଡି ଚଳାଚଳ ପାଇଁ ୬ ଜଣଙ୍କୁ ସ୍ଥାନୀୟ ଥାନାକୁ ପଠାଇ ଦିଆଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ରଙ୍ଗ ସାଇଡ ଡ୍ରାଇଭିଂ, ବେଆଇନ ପାର୍କିଂ, ମଡି ଫାଏଡ ସାଇଲେନ୍ସର ଏବଂ ମଦ୍ୟପ ଡ୍ରାଇଭରଙ୍କ ଉପରେ ପୋଲିସ କଡା ନଜର ରଖିଛି । ନିକଟରେ ବିଧାନସଭାରେ ମଧ୍ୟ ସରକାର ଉତ୍ତର ରଖି କହିଥିଲେ କିଭଳି ଟୁଇନ୍ ସିଟିରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୩ ବର୍ଷରେ ଏମାନଙ୍କ ପାଖରୁ ୧୮୬ କୋଟି ଟଂକା ଆଦାୟ ହୋଇଥିବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଥିଲେ ।