କନକ ବ୍ୟୁରୋ : ଆଜିର ଦିନରେ ପ୍ରତିଟି ବ୍ୟକ୍ତି ନିଜକୁ ଫିଟ୍ ଓ ସୁସ୍ଥ ରଖିବା ପାଇଁ ସିରିୟସ ହୋଇପଡ଼ିଛନ୍ତି । ଫିଟ୍ ରହିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ । କିଛି ଭାବନ୍ତି ଫିଟ୍ ଅଛି ମାନେ ସୁସ୍ଥ ଅଛି । କିନ୍ତୁ ବାସ୍ତବରେ ଫିଟ୍ ରହିବା ଓ ସୁସ୍ଥ ରହିବା ଅଲଗା କଥା । ଯଦି ଜଣେ ଫିଟ୍ ଅଛି, ସେ ସୁସ୍ଥ ଥିବ ବୋଲି କୌଣସି ଗ୍ୟାରେଂଟି ନାହିଁ । କିଛି ଲୋକେ ଫିଟ୍ ରହିବା ଚକ୍କରରେ ନିଜକୁ ରୋଗାକ୍ରାନ୍ତ କରିନିଅନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅତ୍ୟଧିକ ଏକ୍ସରସାଇଜ୍ ବା ଆବଶ୍ୟକ ଠାରୁ ଅଧିକ ପତଳା ଦେଖାଯିବା ପାଇଁ ନିଜ ଶରୀରରୁ ଅଧିକ ଖରାପ କରିଦିଅନ୍ତି । ଯୁବବର୍ଗ ନିଜକୁ ଫିଟ୍ ଓ ସୁନ୍ଦର ରଖିବା ପାଇଁ ଘଣ୍ଟା ଘଣ୍ଟା ଧରି ଜିମରେ ବିତାଉଛନ୍ତି । କ’ଣ ନିଜ ଶରୀରକୁ ସୁସ୍ଥ ରଖିବାର ଏକମାତ୍ର ଉପାୟ ହେଉଛି ଜିମ । ନିକଟରେ ଅନେକ ସେଲିବ୍ରିଟି ଜିମରେ ଅତ୍ୟଧିକ ୱାର୍କଆଉଟ୍ କାରଣରୁ ହୃଦଘାତର ଶିକାର ହୋଇଛନ୍ତି ଏବଂ ନିଜର ପ୍ରାଣ ହରାଇଛନ୍ତି । ତେଣୁ ଜିମ୍ ବା କୌଣସି ଏକ୍ସରସାଇଜ୍ କରିବା ପୂର୍ବରୁ ଏହାର ବାସ୍ତବରେ ଉପଯୋଗ କରାଯିବ, ସେ ବିଷୟରେ ଜାଣିବା ଦରକାର ।
ଜିମ୍ ଯାଉଥିଲେ ସାବଧାନ !
– ଫିଟନେସ୍ ପାଇଁ ଜିମରେ ଭାରୀ ମେସିନ୍ ସହ ଏକ୍ସରସାଇଜ୍ କରନ୍ତୁ ନାହିଁ
– ଯଦି ଜିମ୍ ଯାଉଛନ୍ତି, ତେବେ ଆବଶ୍ୟକ ଠାରୁ ଅଧିକ ୱାର୍କଆଉଟ୍ କରନ୍ତୁ ନାହିଁ
– ସୁସ୍ଥ ରହିବା ପାଇଁ ଶର୍ଟକଟ୍ ଆପଣାନ୍ତୁ ନାହିଁ
– ୨୫ ବର୍ଷ ପରେ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦରକାର
– ଖାଦ୍ୟ-ପାନୀୟ ଉପରେ ପୂରା ଧ୍ୟାନ ଦେବା ଦରକାର
– ଟ୍ରେନରଙ୍କ ପରାମର୍ଶକ୍ରମେ ଏକ୍ସରସାଇଜ୍ କରନ୍ତୁ
– ୱାର୍କଆଉଟ୍ ହିସାବରେ ନିଜର ଡାଏଟ ପ୍ଲାନ୍ କରନ୍ତୁ
– ୱାର୍କଆଉଟ୍ ପୂର୍ବରୁ ୱାର୍ମଅପ୍ ନିହାତି ଜରୁରୀ
– ୱାର୍କଆଉଟ୍ ପରେ ଷ୍ଟ୍ରେଚିଂ କରନ୍ତୁ
– ଆବଶ୍ୟକ ଠାରୁ ଅଧିକ ଏକ୍ସରସାଇଜ୍ କଲେ ହାର୍ଟ ଉପରେ ପଡ଼ିପାରେ ପ୍ରଭାବ
– ଏହାଦ୍ୱାରା ହୃଦଘାତର ଶିକାର ହେବାର ସମ୍ଭାବନା ଅଧିକ ଥାଏ
– ବିନା ଜିମ୍ ଯାଇକି ବି ଫିଟ୍ ରହିପାରିବେ
– ଘରେ ନିୟମିତ ଯୋଗ କରନ୍ତୁ
– ସକାଳର ସୂର୍ଯ୍ୟକିରଣ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରିତା
– ସୂର୍ଯ୍ୟକିରଣ ଦ୍ୱାରା ଭିଟାମିନ୍-ଡି ମିଳିଥାଏ, ଯାହା ହାଡ଼କୁ ମଜଭୁତ୍ କରିଥାଏ
– ସୂର୍ଯ୍ୟକିରଣ ଦ୍ୱାରା ଚର୍ମରୋଗ ଦୂର ହେବା ସହ ଭଲ ନିଦ ଦେଇଥାଏ
– ଫିଟ୍ ରହିବା ପାଇଁ ଚାଲିବା, ସାଇକ୍ଲିଂ କିମ୍ବା ସୁଇମିଂ କରିପାରିବେ