ହ୍ୱାଟ୍ସଆପ୍ ପିଙ୍କ୍ ଲିଙ୍କକୁ ସାବଧାନ ! ଲିଙ୍କ୍ ଉପରେ କ୍ଲିକ୍ କରିବା ମାତ୍ରେ ହ୍ୟାକ୍ ହୋଇଯାଉଛି ଫୋନ୍

ହ୍ୱାଟ୍ସଆପ୍ ପିଙ୍କ୍ ଲିଙ୍କକୁ ସାବଧାନ ! ଲିଙ୍କ୍ ଉପରେ କ୍ଲିକ୍ କରିବା ମାତ୍ରେ ହ୍ୟାକ୍ ହୋଇଯାଉଛି ଫୋନ୍

ହ୍ୱାଟ୍ସଆପ୍ ବ୍ୟବହାରକାରୀମାନଙ୍କ ପାଖକୁ ଏକ ଲିଙ୍କ୍‌ ଆସୁଛି ଯେଉଁଥିରେ ହ୍ୱାଟ୍ସଆପକୁ ଗୋଲାପି କରିବାର ପ୍ରତିଶ୍ରୁତି ରହିଛି । ସେଭଳି ଲିଙ୍କ୍‌ ପ୍ରତି ସାବଧାନ ରହିବାକୁ ସାଇବର୍‌ ବିଶେଷଜ୍ଞମାନେ କହିଛନ୍ତି । ହ୍ୱାଟ୍ସଆପ୍ ପିଙ୍କ୍‌ ଲିଙ୍କ୍‌ ହେଉଛି ଏକ ପ୍ରକାର ଭାଇରସ୍‌। ସେହି ଲିଙ୍କ୍‌ରେ କ୍ଲିକ୍‌ କଲେ ଫୋନ୍ ହ୍ୟାକ୍ ହୋଇଯିବ ବୋଲି ବିଶେଷଜ୍ଞମାନେ ଲୋକମାନଙ୍କୁ ସତର୍କ କରାଇଦେଇଛନ୍ତି ।

ହ୍ୱାଟ୍ସଆପ୍ ପିଙ୍କ୍‌ ଲିଙ୍କ୍‌ ଏକ ଅଫିସିଆଲ୍‌ ଅପ୍‌ଡେଟ୍‌ ଭାବେ ଆସୁଛି। ତେଣୁ ବ୍ୟବହାରକାରୀମାନେ ତାହାକୁ ସହଜରେ ବିଶ୍ବାସ କରୁଛନ୍ତି। ସେହି ଲିଙ୍କ୍‌ରେ ଏକ ଏପିକେ ଡାଉନ୍‌ଲୋଡ୍ କରିବାକୁ ନିର୍ଦେଶ ରହିଛି। ଯେଉଁମାନେ ଉକ୍ତ ଲିଙ୍କ୍‌ରେ କ୍ଲିକ୍ କରିବେ ସେମାନଙ୍କ ଫୋନ୍‌ ହ୍ୟାକ୍ ହୋଇଯିବ ବୋଲି ସାଇବର ବିଶେଷଜ୍ଞ ରାଜଶେଖର ରାଜହାରିଆ କହିଛନ୍ତି। ସାଇବର ଇଣ୍ଟେଲିଜେନ୍ସ ସଂସ୍ଥା ଭୋ‌ୟେଜର ଇନ୍‌ଫୋସେକ୍‌ର ଡାଇରେକ୍ଟର ଜିତେନ ଜୈନ କହିଛନ୍ତି ଯେ ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ କିମ୍ବା ଆପଲ୍ ଆପ୍‌ ଷ୍ଟୋର୍‌ ବାହାରେ କୌଣସି ଆପ୍ କିମ୍ବା ଏପିକେ ଡାଉନ୍‌ଲୋଡ୍ କରିବା ଅନୁଚିତ। ସେହି ଅପରିଚିତ ଆପ୍‌ଗୁଡ଼ିକ ଫୋନ୍‌ରୁ ଫଟୋ, ଏସ୍‌ଏମ୍‌ଏସ୍‌ ଓ ଫୋନ୍ ନମ୍ବର ଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚୋରି କରିନେବେ। ବ୍ୟାଙ୍କ ସମ୍ପର୍କିତ ପାସ୍‌ୱାର୍ଡକୁ ମଧ୍ୟ ‌ହ୍ୟାକର୍‌ମାନେ ଚୋରି କରିପାରିବେ।

ଫୋନ୍‌ର କି’ବୋର୍ଡରେ ବ୍ୟବହାରକାରୀ ଯାହା ଟାଇପ୍‌ କରିବେ ତାହାକୁ ହ୍ୟାକରମାନେ ଜାଣିପାରିବେ। ହ୍ୱାଟ୍ସଆପ୍ ପିଙ୍କ୍‌ କିମ୍ବା ହ୍ୱାଟ୍ସଆପ୍ ଗୋଲ୍ଡ ହେଉଛି ସେହି ଧରଣର ଭାଇରସ୍‌ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ହ୍ୱାଟ୍ସଆପ୍ ପକ୍ଷରୁ କୁହାଯାଇଛି ଯେ ଯେକୌଣସି ‌ଲୋକଙ୍କ ପାଖକୁ ଯେକୌଣସି ସେବା ଜରିଆରେ ଅସ୍ବାଭାବିକ ବାର୍ତା ପହଞ୍ଚିପାରିବ। ତାହାକୁ ଗ୍ରହଣ କରିବା ବେଳେ ସାବଧାନତା ଅବଲମ୍ବନ କରିବା ଦରକାର। ଆମେ ହ୍ୱାଟ୍ସଆପ୍ ଭିତରେ ଯେଉଁ ସବୁ ସୁବିଧା ପ୍ରଦାନ କରିଛୁ ତାହାକୁ ବ୍ୟବହାର କରିବା ଲାଗି ଆମେ ବ୍ୟବହାରକାରୀଙ୍କୁ ପରାମର୍ଶ ଦେଉଛୁ ବୋଲି କଂପାନି ତରଫରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe