ତାମିଲନାଡୁ ଓ କର୍ଣ୍ଣାଟକ ପରେ ‘ଟମାଟୋ ଫ୍ଲୁ’କୁ ନେଇ ଓଡ଼ିଶାରେ ଆତଙ୍କ । ‘ଟମାଟୋ ଫ୍ଲୁ’ରୁ କେମିତି ରହିବେ ସତର୍କ?

Advertisment
ତାମିଲନାଡୁ ଓ କର୍ଣ୍ଣାଟକ ପରେ ‘ଟମାଟୋ ଫ୍ଲୁ’କୁ ନେଇ ଓଡ଼ିଶାରେ ଆତଙ୍କ । ‘ଟମାଟୋ ଫ୍ଲୁ’ରୁ କେମିତି ରହିବେ ସତର୍କ?

କନକ ବ୍ୟୁରୋ : କରୋନାକୁ ନେଇ ଭୟ ଯାଇନଥିବା ବେଳେ ଆତଙ୍କ ସୃଷ୍ଟି କରିଛି ଟମାଟୋ ଫ୍ଲୁ । ବିଶେଷ କରି ଛୋଟ ଛୋଟ ପିଲାଙ୍କ ଠାରେ ଏହି ରୋଗ ଦେଖାଯାଉଥିବାରୁ ଚିନ୍ତା ବଢ଼ିଯାଇଛି । ତାମିଲନାଡୁ ଓ କର୍ଣ୍ଣାଟକରେ ଟମାଟୋ ଫ୍ଲୁ ପରେ ଓଡ଼ିଶାରେ ବି ଏହାକୁ ନେଇ ଆତଙ୍କ ସୃଷ୍ଟି ହେଲାଣି । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏକମାତ୍ର ଶିଶୁ ରୋଗ ପ୍ରତିଷ୍ଠାନ ଶିଶୁ ଭବନରେ ରୋଗର ଚିକିତ୍ସା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ୧୨ ବେଡ ବିଶିଷ୍ଟ ସ୍ୱତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇଛି । ରାଜ୍ୟର କେହି ଶିଶୁ ଟମାଟୋ ଫ୍ଲୁରେ ସଂକ୍ରମିତ ହେଲେ ଶିଶୁ ଭବନରେ ଏହି ୱାର୍ଡରେ ଭର୍ତି କରାଯିବ । କେରଳ, ତାମିଲନାଡୁରେ ଦେଖାଦେଇଥିବା ଏହି ରୋଗ ପାଇଁ ଆଲର୍ଟ ଜାରି କରାଯାଇଛି ।
ଓଡିଶା ପ୍ରତି ବିପଦ ଥିବା ଆଶଙ୍କା କରି କରୋନା ଭଳି ଏହି ସଂକ୍ରାମକ ରୋଗର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି କରାଯାଇଛି । ୫ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ ଶରୀରରେ ଏହି ରୋଗର ଲକ୍ଷଣ ଦେଖାଯାଉଥିବାରୁ କିଭଳି ସତର୍କତା ଅବଲମ୍ବନ କରାଯାଇପାରିବ ସେ ନେଇ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି ।

‘ଟମାଟୋ ଫ୍ଲୁ’ ଆତଙ୍କ

କେରଳରେ ଶିଶୁଙ୍କୁ ହେଉଥିବା ସଂକ୍ରାମକ ରୋଗକୁ ନେଇ ଛନକା
ଆମ ରାଜ୍ୟର କେତେକ ଅଂଚଳରେ ଦେଖିବାକୁ ମିଳୁଛି ରୋଗ
୫ବର୍ଷରୁ କମ ପିଲାଙ୍କୁ ହୁଏ ଏଚଏଫଏମଡି ରୋଗ
କକ୍ସାକି ଭାଇରସ୍ ଏ-୧୬ ନାମକ ଭୂତାଣ ୁଜନିତ ରୋଗ
ହାତ, ପାଦ ଓ ମୁହଁରେ ନାଲି ନାଲି ଫଳିଯାଇ ଜ୍ୱର ହୁଏ
ସେଥିପାଇଁ ଏହାକୁ ଟମାଟୋ ଫ୍ଲୁ ବୋଲି କୁହାଯାଉଛି
ହାତ ପାପୁଲି, ମୁହଁ ଚାରିପଟେ ନାଲି ନାଲି ଫଳିଯାଏ
ପାଦ ତଳିପାରେ, ଆଣ୍ଠୁ, ଛାତି ଓ ପିଠିରେ ମଧ୍ୟ ଫଳିଯାଏ
ଗଳାରେ ଏଭଳି ଫଳିଲେ ଦରଜ ବି ହୋଇପାରେ
ପିଲାଙ୍କୁ ଜ୍ୱର, ବେଳେବେଳେ ଭୀଷଣ ଜ୍ୱର ବି ହୁଏ
ପିଲା କିଛି ଖାଇବାକୁ ଇଚ୍ଛା କରେନାହିଁ
ସଂକ୍ରମିତ ପିଲାର ମଳମୂତ୍ର, ଛେପ ଖଙ୍କାରରୁ ବ୍ୟାପିପାରେ ସଂକ୍ରମଣ
ଲକ୍ଷଣ ଦେଖାଦେଲେ ୫ରୁ୭ ଦିନ ଅନ୍ୟ ପିଲାଙ୍କ ସହ ନମିଶିବା ଉଚିତ୍
୧୨ ବର୍ଷର ପିଲାଙ୍କୁ ବି ଏହି ରୋଗ ହେବାର ଦେଖାଯାଇଛି
ଥରେ ସଂକ୍ରମିତ ହୋଇଥିବା ପିଲା ଦ୍ୱିତୀୟ ଥର ସଂକ୍ରମିତ ହେବା ଆଶଙ୍କା ଅଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe