କନକ ବ୍ୟୁରୋ: ଏଟିଏମରୁ ଟଙ୍କା ଉଠାଉଥିବା ବେଳେ ସାବଧାନ ରୁହନ୍ତୁ । କାରଣ ଏଟିଏମରେ ଲୁଟର ଜାଲ ବିଛାଇ ବସୁଛନ୍ତି ଲୁଟେରା । ଫେକ୍ ହେଲ୍ପ ଲାଇନ୍ ନମ୍ବର ଲେଖି, ବ୍ୟାଙ୍କ ଆକାଉଂଟ ଖାଲି କରି ଦେଉଛନ୍ତି । ସେମିତି ସାଇବର ଲୁଟର ଶିକାର ହୋଇଛନ୍ତି ଭୁବନେଶ୍ୱରର ଚିନ୍ମୟ କୁମାର ଷଡଙ୍ଗୀ । ତାଙ୍କ ଅଭିଯୋଗ ଅନୁସାରେ, ଏଟିଏମ୍ରୁ ଟଙ୍କା କାଢ଼ିବା ବେଳେ ତାଙ୍କ ଏଟିଏମ୍ କାର୍ଡଟି ମେସିନ୍ରେ ଲାଖି ଯାଇଥିଲା । ପାଖରେ ଠିଆ ହୋଇଥିବା ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଗାଇଡ୍ କରିଥିଲେ । ଏଟିଏମରେ ଲେଖାଯାଇଥିବା ହେଲ୍ପ ଲାଇନ୍ ନମ୍ବରରେ କଲ୍ କରିବା ପାଇଁ କହିଥିଲେ । ଚିନ୍ମୟ ସେହି ବ୍ୟକ୍ତିଙ୍କୁ ବିଶ୍ୱାସ କରି କଲ୍ କରିବା ପରେ ଠକମାନେ ତାଙ୍କୁ କାର୍ଡର ଡାଟା ମାଗିବା ସହ ପିନ୍ କୋର୍ଡ ଏଂଟ୍ରି କରିବାକୁ କହିଥିଲେ । ଏହାପରେ ଏଟିଏମ୍ କାର୍ଡଟି ବାହାକୁ ଆସିଥିବା । ଅଭିଯୋଗକାରୀ କାର୍ଡ ଆଣି ଘରକୁ ଆସିବା ପରେ ତାଙ୍କ ମୋବାଇଲ୍କୁ ଗୋଟିଏ ପରେ ଗୋଟିଏ ମେସେଜ୍ ଆସିଲା ଓ ଆକାଉଂଟ ଖାଲି ହୋଇଗଲା ବୋଲି ସାଇବର ଥାନାରେ ସେ ଅଭିଯୋଗ କରିଥିଲେ । ସାଇବର ଥାନା ପୁଲିସ ଏହି ଅଭିଯୋଗର ତଦନ୍ତ କରି ଜଣଙ୍କୁ ଗିରଫ କରିଛି । ଅସଦ ଅଲ୍ଲିକୁ ଗିରଫ କରିବା ସହ ତାଙ୍କ ଠାରୁ ୪୦ ହଜାର ଟଙ୍କା ଜବତ ହୋଇଛି । ବିହାରରୁ ଆସିଥିବା କିଛି ଲୁଟେରା ଏଟିଏମ୍ ଲୁଟ୍ ପାଇଁ ଓଡିଶା ମୁହାଁ ହୋଇଥିବା ଜଣାପଡିଛି ।