କନକ ବ୍ୟୁରୋ:ରାଜଧାନୀରେ ଏଣିକି ଖୋଲା ସ୍ଥାନରେ ମଦ୍ୟପାନ କରିବା ପଡ଼ିବ ମହଙ୍ଗା । ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଭୁବନେଶ୍ୱରର ବିଭିନ୍ନ କଲୋନୀ, ଆବାସିକ ଅଂଚଳ, ଖଣ୍ଡଗିରି ଥାନା, କ୍ୟାପିଟାଲ ଥାନା ଅଂଚଳରେ ଥିବା ବିଭିନ୍ନ ଖଟି ଉପରେ ବ୍ୟାପକ ଅଭିଯାନ ଆରମ୍ଭ କରିଛି ପୋଲିସ । ଅଭିଯାନ ଆଧାରରେ ଖୋଲା ସ୍ଥାନରେ ମଦ୍ୟପାନ କରୁଥିବା ୧୫ଜଣଙ୍କୁ ଖଣ୍ଡଗିରି ଥାନା ଏବଂ ୧୧ ଜଣଙ୍କୁ କ୍ୟାପିଟାଲ ଥାନା ଉଠାଇ ନେଇଛି । ସେଫ୍ ସିଟି ଡ୍ରାଇଭ ଭୁବନେଶ୍ୱର ଅନ୍ତର୍ଗତ ଏହି ଅଭିଯାନ ଚଳାଇଛି କମିଶନରେଟ୍ ପୋଲିସ । ଏଥିରେ ଟିମ୍-୬୦ ଓ ସିଟିଏସ୍ ଫୋର୍ସର ଅଧିକାରୀ ନିୟୋଜିତ ହୋଇଛନ୍ତି ।