ସାବଧାନ ବଜାରରେ ମିଳୁଛି ଭେଜାଲ ପୂଜା ସାମଗ୍ରୀ : ନକଲି କାରବାରର ପୋଲ ଖୋଲିଲା କଟକ ମାଲଗୋଦାମ ଥାନା ପୁଲିସ; ଗଙ୍ଗା ଜଳଠାରୁ ଆରମ୍ଭ କରି ମହୁ, ଗୁଡ ଓ ଘିଅ ଅସଲି ବ୍ରାଣ୍ଡରେ ବିକ୍ରି ହେଉଛି ନକଲି ସାମଗ୍ରୀ

1,089
କନକ ବ୍ୟୁରୋ : ବିଶ୍ୱାସରେ ବିଷ ଦେଇ ଚାଲିଛି ବେପାର । ନିଜେ ନଦେଖିଲେ ଆଖିକୁ ବିଶ୍ୱାସ ହେବ ନାହିଁ । ଠାକୁରଙ୍କୁ ପୁଜା କରି ଭଲ ଫଳ ପ୍ରାପ୍ତି ପାଇଁ ଆପଣ ବଜାରରୁ ଭଲ ବ୍ରାଣ୍ଡର ପୂଜା ସାମଗ୍ରୀ କିଣୁଥାଇପାରନ୍ତି । କିନ୍ତୁ ଆପଣଙ୍କୁ ଗଙ୍ଗା ଜଳ ଠାରୁ ଆରମ୍ଭ କରି ଘିଅ, ମହୁ ଓ ଗୁଡ ବି ନକଲି ବିକ୍ରି କରାଯାଇପାରେ । ଏମିତି ଏକ ଠକକୁ କାବୁ କରିଛି କଟକ ମାଲଗୋଦାମ ଥାନା ପୁଲିସ । ଯିଏଁ ଅସଲି ବ୍ରାଣ୍ଡରେ ବିକ୍ରି କରୁଥିଲା ନକଲି ସାମଗ୍ରୀ । ଏଠି ଗଙ୍ଗା ଜଳ ଠାରୁ ଆରମ୍ଭ କରି ମହୁ ଯାଏଁ ସବୁ କିଛି ନକଲି । ଏଭଳି ଅପମିଶ୍ରିତ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ କଟକ ମାଲଗୋଦାମ ଥାନା ପୁଲିସ ଉଠାଇ ନେଇଛି ।
ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି, ଚଣ୍ଡୀ ରାଓ । ସେ କଟକ ଜିଲ୍ଲା ସମତେ ଅନ୍ୟାନ୍ୟ ଜିଲ୍ଲାକୁ ଅପମିଶ୍ରିତ ସାମଗ୍ରୀ ସପ୍ଲାଇ କରୁଥିଲେ  । ଦୀର୍ଘ ଦିନ ହେବ ମାଲଗୋଦାମ ଥାନା ଅଂଚଳରେ ବ୍ୟବସାୟ କରି ଆସୁଥିଲେ ବୋଲି ପୁଲିସ ସୂଚନା ଦେଇଛି । ଗିରଫ ଚଣ୍ଡୀ ରାଓଙ୍କୁ ଆଜି କୋର୍ଟ ଚାଲାଣ କରିବ ପୁଲିସ ।