ସାବଧାନ୍ ମାତିଛନ୍ତି ଅନଲାଇନ ଲୁଟେରା : ଫେସବୁକ ଆକାଉଂଟକୁ ହ୍ୟାକ କରି ଟଙ୍କା ଲୁଟୁଛନ୍ତି ସାଇବର ଲୁଟେରା

474

କନକ ବ୍ୟୁରୋ : ସାବଧାନ ମାତିଛନ୍ତି ଅନଲାଇନ ଲୁଟେରା । ଫେସବୁକ ଆକାଉଂଟକୁ ହ୍ୟାକ କରି ଜାଲ ମେସେଜ ପଠାଇ ଅଭିନବ ଉପାୟରେ ଟଙ୍କା ଲୁଟୁଛନ୍ତି ସାଇବର ଲୁଟେରା । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରିରେ । ମାଲାକନଗିରି ଜିଲ୍ଲାର ଏକ ଘରୋଇ ବିଦ୍ୟାଳୟର ପ୍ରିନ୍ସିପାଲ ଅଶ୍ୱିନୀ ବିଶ୍ୱାଳଙ୍କ ଆକାଉଂଟକୁ ହ୍ୟାକ କରିଛନ୍ତି ହ୍ୟାକର ।  ଆଉ ଏଥିରୁ  ବିଦ୍ୟାଳୟର ଅଭିଭାବକଙ୍କ ମେସେଂଜର ଆକାଉଂଟକୁ ଜାଲ ମେସେଜ ପଠାଇ କିଛି ଟଙ୍କା ସହାୟତା ମାଗିଥିଲେ ହ୍ୟାକର ।

ପ୍ରିନ୍ସିପାଲ ଅସୁବିଧାରେ ଥିବା ଜାଣିବାକୁ ପାଇ ମାଲକାନଗିରି ସହରର ବସନ୍ତ ବେହେରା ୨ଟି କିସ୍ତି ରେ ୨୦ ହଜାର ଟଙ୍କା ଦେବା ପରେ ତୃତୀୟ ଥର ଟଙ୍କା ଦେବା ବେଳାକୁ ଠକେଇ ସମ୍ପର୍କରେ ଜାଣି ପୁଲିସ ଓ ସାଇବର ସେଲ କୁ ଜଣାଇ ଥିଲେ ଉଭୟ ଅଶ୍ୱିନୀ ବିଶ୍ୱାଳ ଓ ବସନ୍ତ ବେହେରା । ପୁଲିସ ଘଟଣାର ତଦନ୍ତ କରୁଛି ।