ନକଲି ଆରବିଆଇ ପ୍ରତି ସାବଧାନ : ରିଜର୍ଭ ବ୍ୟାଙ୍କ ନାମରେ ନକଲି ଇମେଲ ପଠାଇ ଠକୁଛନ୍ତି ଦୁର୍ବୃତ୍ତ

Advertisment
ନକଲି ଆରବିଆଇ ପ୍ରତି ସାବଧାନ : ରିଜର୍ଭ ବ୍ୟାଙ୍କ ନାମରେ ନକଲି ଇମେଲ ପଠାଇ ଠକୁଛନ୍ତି ଦୁର୍ବୃତ୍ତ

source : Congnghe.vn

ବର୍ତ୍ତମାନ ଦେଶରେ ବୃଦ୍ଧି ପାଇବାରେ ଲାଗିଛି ସାଇବର ଅପରାଧ। ଅପରାଧିମାନେ ଦିନକୁ ଦିନ ବିଭିନ୍ନ ଉପାୟରେ ଠକିବାର ନୂତନ କୌଶଳମାନ ଅବଲମ୍ବନ କରୁଛନ୍ତି। ଏହା ଜରିଆରେ ସେମାନେ ଅତି ସହଜରେ ଲୋକମାନଙ୍କୁ ଠକିବାରେ ସଫଳ ହେଉଛନ୍ତି। ଆଉ ଲୋକମାନେ ଏମାନଙ୍କର ଚାଲ ବୁଝି ନ ପାରି ଠକାମିର ଶିକାର ହୋଇ ସର୍ବସ୍ୱାନ୍ତ ହେଉଛନ୍ତି। ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ ନାମରେ ନକଲି ଇମେଲ ପଠାଇ ଲୋକଙ୍କୁ ଠକିବାର କୌଶଳ ଆପଣାଇଛନ୍ତି ଏହି ଅପରାଧିମାନେ। ଏଥିପ୍ରତି ସଚେତନ ରୁହନ୍ତୁ। ନହେଲେ ସହିବାକୁ ପଡିପାରେ ଅନେକ କ୍ଷତି।

ଭାରତୀୟ ରିଜର୍ଭ ବ୍ୟାଙ୍କ ନାମରେ ନକଲି ଇମେଲ ଆସିବା କୌଣସି ଏକ ନୂଆ କଥା ନୁହେଁ। ଏହି ଇମେଲରେ ଆରବିଆଇ ପକ୍ଷରୁ ପୁରସ୍କାର ଦିଆଯିବା ନେଇ ଉଲ୍ଲେଖ ରହିଥାଏ ଏବଂ ଏହି ଜରିଆରେ ଲୋକମାନଙ୍କ ଠାରୁ ଟଙ୍କା ଠକି ନିଆଯାଇଥାଏ। କିନ୍ତୁ ଏଭଳି ଠକେଇ କରୁଥିବା ଅପରାଧୀମାନେ ଏବେ ଏହା ଠାରୁ ଅନେକ ଆଗକୁ ବଢିଗଲେଣି। କେନ୍ଦ୍ରୀୟ ବ୍ୟାଙ୍କ ଅନୁଯାୟୀ, ଏବେ କିଛି ବ୍ୟକ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଅଧିକାରୀ ହୋଇ ନକଲି ଇମେଲ ପଠାଉଛନ୍ତି ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଚାକିରୀ ଦେବା ନେଇ ଅନେକ ଧୋକାଧଡି କରୁଛନ୍ତି।

ତେବେ ଆରବିଆଇ କହିଛି ଯେ, ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞାପନ, ପରୀକ୍ଷା, ସାକ୍ଷାତକାର, ପ୍ରବେଶ କାର୍ଡ ସମେତ ନିଯୁକ୍ତି ପାଇଁ ଆବଶ୍ୟକ ଅନ୍ୟ ସୂଚନା କେନ୍ଦ୍ରୀୟ ବ୍ୟାଙ୍କର ଅଫିସିଆଲ ୱେବସାଇଟ ଜରିଆରେ ଲୋକମାନଙ୍କୁ ସୂଚୀତ କରାଯାଇଥାଏ। ତେବେ ଏଭଳି ନକଲି ଇମେଲ ଠାରୁ ଦୂରେଇ ରହିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଜନସାଧାରଣଙ୍କୁ ସଚେତନ କରିଛି। ତେବେ ଏହା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନାମରେ ଏକ ନୂଆ ୱେବସାଇଟ ଖୋଲାଯିବା ଭଳି ମାମଲା ସାମ୍ନାକୁ ଆସିଥିଲା। ଏହାକୁ ନେଇ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe