ମୋମୋ  ଖାଉଥିଲେ ସାବଧାନ! ଜାଣନ୍ତୁ କ’ଣ କହିଲେ ଏମ୍ସ ଡାକ୍ତର

1,044

କନକ ବ୍ୟୁରୋ: ମୋମୋ ଖାଇବା ବେଳେ ସାବଧାନ ହୁଅନ୍ତୁ । ନଚେତ୍ ଆପଣଙ୍କ ଜୀବନ ଉପରେ ବିପଦ ରହିଛି । ମୋମୋ ଖାଇ ଦିଲ୍ଲୀରେ ଜଣେ ଲୋକଙ୍କ ମୃତ୍ୟୁ ହେବା ପରେ ଭୁବନେଶ୍ୱର ଏମ୍ସ ଡାକ୍ତର ଏପରି ପରାମର୍ଶ ଦେଇଛନ୍ତି । ଏମ୍ସ ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ଖାଇବା ବେଳେ ସିଧାସଳଖ ଗିଳିଲେ ଖାଦ୍ୟ ଶ୍ୱସନଳୀରେ ପ୍ରବେଶ କରେ । ତେଣୁ ପ୍ରଥମେ ଖାଦ୍ୟକୁ ଚୋବାଇବେ । ଏହାଦ୍ୱାରା ଖାଦ୍ୟ ଗୁଣ୍ଡ ହୋଇ ଖାଦ୍ୟନଳୀକୁ ଚାଲିଯାଇଥାଏ ।

ଏହା ବ୍ୟତୀତ  କେବେହେଲେ ଅନ୍ୟମନସ୍କ ହୋଇ ଖାଇବେ ନାହିଁ । ଖାଇବା ବେଳେ କଥା ହେଲେ ଖାଦ୍ୟନଳୀ ବନ୍ଦ ହୋଇ ଶ୍ୱାସନଳୀ ଖୋଲା ରହିଥାଏ । ଏହି ସମୟରେ ତଣ୍ଟିରେ କିଛି ଲାଗିଲେ ପିଠି ଥାପୁଡାଇବେ ।  । ଯଦି ଏଥିରେ ଭଲ ନହେଲା ତେବେ ପଛପଟୁ ଦୁଇ ହାତରେ ପଞ୍ଜରା ତଳୁ ଜାବୁଡି ଧରିବେ । ଯାହାକୁ ଲେମିକ୍ ପ୍ରୋସିକ୍ୟୁର ବୋଲି କୁହାଯାଏ ।

 ଦିଲ୍ଲୀରେ ୫୦ ବର୍ଷ ବୟସ୍ମ ବ୍ୟକ୍ତି ଜଣକ ମୋମୋକୁ ସିଧାସଳଖ ଗିଳିଦେଇଥିଲେ । ଫଳରେ ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।