ରାଜଧାନୀରେ ମଦ ପିଇ ଗାଡି ଚଲାଉଥିଲେ ସାବଧାନ ! ରାତିଅଧିଆ ଧରପଗଡ କରୁଛି କମିସନରେଟ ପୁଲିସ, ଧରାପଡିଲେ ମଦୁଆ ଡ୍ରାଇଭରଙ୍କୁ ସିଧା ଜେଲ ।

Advertisment
ରାଜଧାନୀରେ ମଦ ପିଇ ଗାଡି ଚଲାଉଥିଲେ ସାବଧାନ ! ରାତିଅଧିଆ ଧରପଗଡ କରୁଛି କମିସନରେଟ ପୁଲିସ, ଧରାପଡିଲେ ମଦୁଆ ଡ୍ରାଇଭରଙ୍କୁ ସିଧା ଜେଲ ।

କନକ ବ୍ୟୁରୋ: ମଦ୍ୟପାନ କରି ଗାଡି ଚଳାଉଥିଲେ ସାବଧାନ ହୋଇଯାଆନ୍ତୁ । ଯେକୌଣସି ଛକରେ ଆପଣଙ୍କୁ ଅଟକାଇ ଥାନାକୁ ନେଇଯାଇପାରେ କମିସନରେଟ ପୁଲିସ । ରାଜଧାନୀରେ ଅତର୍କିତ ଭାବେ ବିଭିନ୍ନ ଛକରେ ମଦୁଆ ଡ୍ରାଇଭରଙ୍କୁ ଧରପଗଡ ଚାଲିଛି । ଶୁକ୍ରବାର ରାତିରେ ମଂଚେଶ୍ୱର ଥାନା ପୁଲିସ ଓ ଆରଟିଓ-ଟୁ ମିଳିତ ଭାବେ ହାଇଟେକ ଛକରେ ଗାଡି ଅଟକାଇ ଚେକ ଡ୍ରାଇଭରଙ୍କୁ ଚେକ କରୁଥିଲେ । ଯିଏ ମଦ ପିଇଥିବା ପ୍ରମାଣିତ ହୋଇଥିଲା, ସେମାନଙ୍କୁ ତୁରନ୍ତ ଥାନାକୁ ନିଆଯାଉଥିଲା ।

ଗତ ରାତିରେ ମଦ ପିଇ ଗାଡି ଚଳାଉଥିବା ଅଭିଯୋଗରେ ଦୁଇ ଜଣ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଏହାସହ ଲାଇସେନ୍ସ ଚେକିଂ, ଗାଡିର ଲାଇଟ ଚେକିଂ କରାଯାଇଛି । ଏଭଳି ଯାଂଚ ନିୟମିତ ଭାବେ ଚାଲିଛି ବୋଲି କହିଛନ୍ତି ଆରଟିଓ ଅଧିକାରୀ । ରାଜଧାନୀରେ ଅପରାଧ ନିୟନ୍ତ୍ରଣକୁ ଆଖିରେ ରଖି ମେ ଆରମ୍ଭରୁ ରାତ୍ରିକାଳୀନ ପାଟ୍ରୋଲିଂ କରାଯାଉଛି । ଏହା ଭିତରେ ୧୧୧ ଜଣ ଅମାନିଆଙ୍କ ଠାରୁ ସାଢେ ୬୪ ହଜାରଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ଆଇନ ଉଲ୍ଲଂଘନ କରିଥିବା ୧୩୩ ଗାଡି ଚାଳକଙ୍କ ଲାଇସେନସ୍ ଖାରଜ ପାଇଁ ସୁପାରିଶ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe