ଆପଣ, ନିଜର ସ୍ମାର୍ଟଫୋନ୍ ବିକ୍ରି କରୁଛନ୍ତି କି ? ସାବଧାନ ନରହିଲେ, ଲିକ୍ ହୋଇପାରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ। ଆପଣାନ୍ତୁ ଏହି ଉପାୟ…

517

କନକ ବ୍ୟୁରୋ : ନିଜ ସ୍ମାର୍ଟଫୋନ୍ ବିକ୍ରି କରୁଥିଲେ ସାବଧାନ୍ ! ଲିକ୍ ହୋଇପାରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ । ସାଧାରଣତଃ ଆପଣଙ୍କୁ କୌଣସି ନୂଆ ଫୋନ୍ କିଣିବାକୁ ଥିଲେ, କିମ୍ବା ଫୋନରେ କୌଣସି ତ୍ରୁଟି ଦେଖାଗଲେ ଆପଣ, ଆପଣଙ୍କ ମୋବାଇଲକୁ ବିକ୍ରି କରିଦିଅନ୍ତି । ସିଧାସଳଖ କୌଣସି ବ୍ୟକ୍ତିଙ୍କୁ ହେଉ କିମ୍ବା ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ । ସ୍ମାର୍ଟଫୋନ୍ ବିକ୍ରି କରିବା ପୂର୍ବରୁ ଆପଣ ଆପଣଙ୍କ ସିମ୍ କାର୍ଡ, ମେମୋରୀ ଚିପ୍ ବାହାର କରିଦେଇଥାନ୍ତି । ଏପରିକି ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ପାଇଁ ଫୋନକୁ ହୁଏତ ଫର୍ମାଟ କରିଦେଇଥାନ୍ତି । କିନ୍ତୁ ଏହା ଆପଣଙ୍କ ସବୁଠାରୁ ବଡ ଭୁଲ ସାବ୍ୟସ୍ତ ହୋଇପାରେ ।

ସାଧାରଣତଃ ଲୋକମାନେ ନିଜ ଫୋନରେ ବିଭିନ୍ନ ସୋସିଆଲ୍ ମିଡିଆ ଆକାଉଂଟର ପାସୱାର୍ଡ, ଅନଲାଇନ୍ ଟ୍ରାଞ୍ଜାକ୍ସନ ପାସୱାର୍ଡ, ଫଟୋ, ଭିଡିଓ ଇତ୍ୟାଦି ସେଭ୍ କରି ରଖିଥାନ୍ତି । ଯାହାକୁ କି ଫୋନ୍ ରିସେଟ୍ କିମ୍ବା ଫର୍ମାଟ କରିବା ପରେ ମଧ୍ୟ ଅତି ସହଜରେ ରିକଭର କରାଯାଇପାରିବ । ହ୍ୟାକର୍ସ ମାନଙ୍କ ପାଇଁ ଏହା ବାଁ ହାତର ଖେଳ । ଆଉ ଏପରି ସ୍ଥଳେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟର ଭୁଲ୍ ବ୍ୟବହାର ହୋଇପାରେ । ତେବେ ଆସନ୍ତୁ ଜାଣିବା କେମିତି ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବେ ।

ସବୁ ସ୍ମାର୍ଟଫୋନ୍ ୟୁଜର୍ସ ନିଜ ଫଟୋ, ଭିଡିଓ, ଫୋନ୍ ନମ୍ବର ଅନ୍ୟ କୌଣସି ଡିଭାଇସ୍ କିମ୍ବା ଗୁଗୁଲରେ ସେଭ୍ କରିଦିଅନ୍ତି । ଯାହାଦ୍ୱାରା ସେଗୁଡିକୁ ଅତି ସହଜରେ ରିକଭର କରାଯାଇପାରିବ । କିନ୍ତୁ ସାଧାରଣତଃ ବ୍ୟାକଅପ୍ ଡାଟାକୁ ନିଜ ଫୋନରୁ ‘ମାନ୍ୟୁଆଲି ଡିଲିଟ୍’ କରିବାକୁ ଭୁଲିଯାଇଥାନ୍ତି । ଏହାର ଫାଇଦା କିଛି ଲୋକ ଉଠାଇପାରନ୍ତି, ଏବଂ ଏହି ଡାଟାର ଅପବ୍ୟବହାର କରିପାରନ୍ତି । ତେଣୁ ଆପଣ ଧ୍ୟାନର ସହ ବ୍ୟାକଅପ୍ ପରେ ଡାଟା ଡିଲିଟ୍ କରିବାକୁ ଭୁଲନ୍ତୁ ନାହିଁ ।

ଯେତେବେଳେ ଆପଣ କୌଣସି ସ୍ମାର୍ଟଫୋନରୁ ଫଟୋ, ଭିଡିଓ, ଡକ୍ୟୁମେଂଟ୍ସ, ମ୍ୟୁଜିକ୍ ଆଦି ଡିଲିଟ୍ କରିଥାନ୍ତି, ତାହା ପରମାନେଂଟ ଡିଲିଟ୍ ହୋଇନଥାଏ । ସେଗୁଡିକ କେବଳ ଫୋଲଡରରେ ଆପଣଙ୍କୁ ଦେଖାଯାଇନଥାଏ । ଏପରି ସ୍ଥଳେ କୌଣସି ବି ରିକଭର ସଫ୍ଟୱେୟାର ମାଧ୍ୟମରେ ଆପଣଙ୍କ ତଥ୍ୟ ପୁଣି ଥରେ ଡାଉନଲୋଡ ହୋଇପାରିବ । କିନ୍ତୁ ଆପଣ ଓଭରରାଇଡ୍ ଫିଚର୍ସ ମାଧ୍ୟମରେ ଏଥିରୁ ବର୍ତିପାରିବେ । ଏଥିପାଇଁ ଆପଣଙ୍କୁ ପ୍ଲେଷ୍ଟୋରରୁ ସେରିଡ୍ ଆପ୍ ଡାଉନଲୋଡ୍ କରିବାକୁ ହେବ । ଏହି ଆପ୍ ମାଧ୍ୟମରେ ଆପଣ ଆପଣଙ୍କର ସବୁ ତଥ୍ୟକୁ ପରମାନେଂଟ ଭାବେ ଡିଲିଟ୍ କରିପାରିବେ ।