ହ୍ୱାଟସଆପ୍ ବ୍ୟବହାରକାରୀ ସାବଧାନ୍ ! ଅଜଣା ନମ୍ବରରୁ ଆସିବ ମେସେଜ୍ । ହ୍ୟାକ୍ ହୋଇଯିବ ଆପଣଙ୍କ ଆକାଉଣ୍ଟ । ସାବଧାନ ରୁହନ୍ତୁ, ନହେଲେ ଆପଣ ବି ବଡ଼ ଧରଣର ଠକାମିର ଶିକାର ହୋଇପାରନ୍ତି ।

2,030

କନକ ବ୍ୟୁରୋ : ହ୍ୱାଟସଆପ୍ ବ୍ୟବହାରକାରୀ ସାବଧାନ୍ ! ଅଜଣା ନମ୍ବରରୁ ଆସିବ ମେସେଜ୍ । ହ୍ୟାକ୍ ହୋଇଯିବ ଆପଣଙ୍କ ଆକାଉଣ୍ଟ । ସାବଧାନ ରୁହନ୍ତୁ, ନହେଲେ ଆପଣ ବି ବଡ଼ ଧରଣର ଠକାମିର ଶିକାର ହୋଇପାରନ୍ତି ।

ଅନଲାଇନ୍ ଠକେଇ ଭଳି ମାମଲା ଦିନକୁ ଦିନ ବଢିଚାଲିଥିବା ବେଳେ, ଏବେ ଠକେଇର ଏମିତି ଏକ ନୂଆ ତରିକା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଯଦି ଆପଣ ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ୍ ହୋଇଯାଆନ୍ତୁ । ନହେଲେ ହ୍ୟାକ୍ ହୋଇଯାଇପାରେ ଆପଣଙ୍କ ଆକାଉଂଟ । ଏହି ନୂଆ ଠକେଇକୁ ହ୍ୱାଟ୍ସଆପ୍ ଓଟିପି ସ୍କାମ୍ ବୋଲି କୁହାଯାଉଛି । ତେବେ ଆସନ୍ତୁ ଜାଣିବା କେମିତି ହେଉଛି ଏହି ହ୍ୟାକିଂ ।

ଫ୍ରଡ୍ କରୁଥିବା ଅପରାଧୀ ଓଟିପି ଜରିଆରେ ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଂଟକୁ ହ୍ୟାକ୍ କରିନେବେ । ପ୍ରଥମେ ଆପଣଙ୍କ ପାଖକୁ କିମ୍ବା ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଂଟକୁ ଏକ ଅଜଣା ନମ୍ବରରୁ ମେସେଜ୍ ଆସିବ । ଏବଂ ମେସେଜ୍ କରିଥିବା ବ୍ୟକ୍ତି, ଆପଣଙ୍କୁ ବ୍ୟସ୍ତ ବିବ୍ରତ କରି ଆପଣଙ୍କୁ ଏକ ଓଟିପି ମାଗିବ । ଆପଣଙ୍କୁ ଏହା ମଧ୍ୟ କୁହାଯିବ ଯେ, ସେହି ଓଟିପି ଟି ଭୁଲରେ ଆପଣଙ୍କ ନମ୍ବରକୁ ଚାଲିଯାଇଛି । କିଛି ଜରୁରୀକାଳୀନ କାରଣ କହି ଆପଣଙ୍କୁ ସେହି ଓଟିପି ମଗାଯିବ ।

ଯଦି ଆପଣ ଓଟିପି ସେଣ୍ଡ କରିଦେଉଛନ୍ତି, ତେବେ ହ୍ୟାକର୍ସ ଏହାର ଫାଇଦା ଉଠାଇ ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଂଟକୁ ହ୍ୟାକ୍ କରିନେବେ । ଆପଣ ଚାହିଁଲେ ବି ଆପଣଙ୍କ ଆକାଉଂଟକୁ ଆଉ ଆପଣ ବ୍ୟବହାର କରିପାରିବେ ନାହିଁ । ଆଉ ହ୍ୟାକର୍ସ ଆପଣଙ୍କ ଆକାଉଂଟର ଅପବ୍ୟବହାର ମଧ୍ୟ କରିପାରନ୍ତି । ଏଭଳି ଫ୍ରଡରୁ ବର୍ତିବା ପାଇଁ ଏହା ଜରୁରୀ ଅଟେ ଯେ, ଅଜଣା ନମ୍ବରରୁ ଆସୁଥିବା ମେସେଜରେ ଯଦି କିଏ ଆପଣଙ୍କୁ କୌଣସି ପ୍ରକାରର ଓଟିପି ମାଗୁଛନ୍ତି, ତେବେ ଆପଣ କୌଣସି ସୂଚନା ଦିଅନ୍ତୁ ନାହିଁ । ଅଜଣା ନମ୍ବରରୁ ମେସେଜ୍ ଆସିଲେ, ଯଥା ସମ୍ଭବ ଏହାକୁ ଅଣଦେଖା କରନ୍ତୁ ।