କନକ ବ୍ୟୁରୋ : ଚଳିତ ବର୍ଷ ଜୁନରୁ ଅଗଷ୍ଟ ମଧ୍ୟରେ ହୋଇଛି ୨୯ ପ୍ରତିଶତରୁ କମ୍ ମୌସୁମୀ ବର୍ଷା । କେବଳ ଅଗଷ୍ଟ ମାସରେ ୨୦୪.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୧୨୦ ବର୍ଷରେ ଏହା ଷଷ୍ଠ ତମ ନିଅଣ୍ଟିଆ ବର୍ଷା । ୧୯୨୪, ୧୯୫୬, ୧୯୭୪, ୧୯୮୭ ଓ ୧୯୯୮ରେ ୨୯ ପ୍ରତିଶତ ବା ଅଧିକ ଅଭାବୀ ବର୍ଷା ହୋଇଥିଲା । ୧୯୯୫ରେ ୧୮୭.୩ ମିଲିମିଟର, ୧୯୮୭ରେ ୧୯୦.୩ ମିଲିମିଟର ଓ ୧୯୯୮ ମସିହାରେ ୨୦୩.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା ।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସେପ୍ଟେମ୍ବର ମାସରେ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ । ଉତ୍ତର, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶଶର କେତେକ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ଦେବଗଡ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ମୟୂରଭଂଜ ଓ ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସେଭଳି ବର୍ଷା ହେବ ନାହିଁ ବୋଲି କୁହାଯାଇଛି । କିନ୍ତୁ କୌଣସି ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହେବ ନାହିଁ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/13-2.jpg)