କନକ ବ୍ୟୁରୋ : ୧୯ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟ ଲଢେଇର ଠିକ୍ ଦୁଇ ଦିନ ପୂର୍ବରୁ ବଡ ବୟାନ ରଖିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ନିର୍ବାଚନୀ ମଇଦାନରେ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିବା ପ୍ରିୟଙ୍କା, ଆଜି ବି ମୋଦିଙ୍କୁ ନିଶାନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ଜଣେ ଭଲ ଅଭିନେତା ବୋଲି କହି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଲୋକମାନେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ପରିବର୍ତ୍ତେ ଅମିତାଭ ବଚ୍ଚନଙ୍କୁ ବାଛିବା ଉଚିତ ।
ଉତ୍ତରପ୍ରଦେଶର ମିର୍ଜାପୁରଠାରେ ଏକ ରାଲିକୁ ସମ୍ବୋଧନ କରିବା ବେଳେ ପ୍ରିୟଙ୍କା ଏପରି କହିଛନ୍ତି । ପ୍ରିୟଙ୍କା ରାଲିକୁ ସମ୍ବୋଧନ କରି କହିଛନ୍ତି, ‘ଏବେ ଆପଣ ବୁଝିଯାଆନ୍ତୁ ଯେ ଆପଣ ଦୁନିଆର ସବୁଠାରୁ ବଡ଼ ଅଭିନେତାଙ୍କୁ ନିଜର ପ୍ରଧାନମନ୍ତ୍ରୀ ଭାବେ ବାଛି ଦେଇଛନ୍ତି । ୟାଠାରୁ ଭଲ ହୋଇଥାନ୍ତା ଯଦି ଆପଣ ଅମିତାଭ ବଚ୍ଚନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିଥାନ୍ତେ । ଏହି ଦୁଇ ଜଣଙ୍କ ଭିତରୁ କେହି ହେଲେ ଆପଣଙ୍କ ପାଇଁ କିଛି କରିନଥାନ୍ତେ ।’ ତେବେ ନିର୍ବାଚନ ପୂର୍ବରୁ ଏପରି ଅନେକ ଥର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରିୟଙ୍କା । ୨୦୧୯ ନିର୍ବାଚନର ଶେଷ ପର୍ଯ୍ୟାୟ ଲଢେଇ ବାକି ଥିବା ବେଳେ ସମସ୍ତଙ୍କ ଅପେକ୍ଷା ଆସନ୍ତା ୨୩ ତାରିଖକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ ଜନସାଧରଣଙ୍କ ମନ ଜିଣିବାରେ ପ୍ରିୟଙ୍କା ସଫଳ ହୋଇଛନ୍ତି କି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/PRIYANKA-2.jpg)