ବିଶ୍ୱକପ ଉପରେ ସଟ୍ଟା ବେପାରୀଙ୍କ ନଜର: ଲକ୍ଷ ଲକ୍ଷରେ ଚାଲିଛି ବେଟିଂ । ରାଉରକେଲାରେ ପୋଲିସର ରେଡ୍, ଜବତ ହେଲା ୩୧ ଲକ୍ଷ ଟଙ୍କା ।

85

କନକ ବ୍ୟୁରୋ: ଗୋଟିଏ ପଟେ ଚାଲିଛି କ୍ରୀଡ଼ା ମହାକୁମ୍ଭ କ୍ରିକେଟ୍ ବିଶ୍ୱକପ୍ ୨୦୧୯ । ଅନ୍ୟପଟେ ଏହି ବିଶ୍ୱକପର ବଡ଼ ମୁକାବିଲା ବେଳେ ସଟ୍ଟାବାଜି ଚାଲିଥିବା ଘଟଣା ସାମ୍ନାକୁ ଆସିଛି । ବିଶ୍ୱକପ ପାଇଁ ରାଉରକେଲାରେ ବେଟିଂ ଖେଳର ପର୍ଦ୍ଦାଫାସ କରିଛି ପୋଲିସ୍ । ସୂଚନା ମୁତାବକ ରାଉରକେଲାରେ ବିଶ୍ୱକପ୍ ବେଟିଂ ଚାଲିଥିବାବେଳେ ଅତର୍କିତ ଚଢ଼ାଉ କରିଥିଲା ସ୍ଥାନୀୟ ପୋଲିସ୍ । ତେବେ ରେଡ୍ କରି ୩୧ ଲକ୍ଷ ଟଙ୍କା ସହ ୧୬ଟି ମୋବାଇଲ୍ ଜବତ କରିଛି ପ୍ଲାଂଟସାଇଟ୍ ଥାନା ପୋଲିସ୍ ।

ଅନ୍ୟପଟେ ଦୁଇ ଜଣ ସଟ୍ଟା ବେପାରୀଙ୍କ ଗିରଫ କରିଛି ପୋଲିସ୍ । ଏହି ସଟ୍ଟାବଜାରର ଚେର କେଉଁ ଯାଏ ଲମ୍ବିଛି ତାର ଖୋଳତାଡ କରୁଛି ପୋଲିସ୍ । ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଏହା ପଛରେ କିଏ ସେ ମାଷ୍ଟରମାଇଣ୍ଡ ରହିଛି ସେନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ୍ । ତେବେ ଗିରଫ ହୋଇଥିବା ଦୁଇ ସଟ୍ଟା ବେପାରୀଙ୍କଠାରୁ କଥା ଆଦାୟ କରିବାକୁ ଚେଷ୍ଟା ପୋଲିସ୍ । କ୍ରିକେଟ ବିଶ୍ୱକପକୁ ନେଇ ସଟ୍ଟବଜାର ଗରମ ରହିଥିବାରୁ ଏହି ଘଟଣା ଏକ ବଡ ର‌୍ୟାକେଟର ମୂଳ ଚେର ପାଖରେ ପହଁଚି ତାହାର ପର୍ଦାଫାସ କରିବାକୁ ପ୍ରୟାସ କରୁଛି ପୋଲିସ ।