ପାନ ବେପାରୀଙ୍କୁ ପୋଲିସ ଡର । କରୋନା ଖାଇଗଲା ପାନ ବ୍ୟବସାୟ । ଚାଷ ପ୍ରତି ବିମୁଖ ହେଉଛନ୍ତି ଚାଷୀ ।

190

କନକ ବ୍ୟୁରୋ: ପାନ ବେପାରୀଙ୍କୁ ପୋଲିସ ଡର । କରୋନା ଖାଈଗଲା ପାନ ବ୍ୟବସାୟ । ଚାଷ ପ୍ରତି ବିମୁଖ ହେଉଛନ୍ତି ଚାଷୀ । କାରଣ ଦୀର୍ଘ ୨ ବର୍ଷ ହେଲା କରୋନା ଯୋଗୁଁ ଉପକୂଳ ଓଡିଶାର ପାନଚାଷୀ ପାନ ବିକ୍ରୀ କରି ପାରୁନାହାନ୍ତି । କେତେବେଳେ ଲକଡାଉନ୍ ପୁଣି କେତେବେଳେ ସଟଡାଉନ ଯୋଗୁଁ ହାଟ ବଜାର ବନ୍ଦ ରହୁଛି । ତେଣି ପାନ ବିକିବାକୁ ବାହାରକୁ ଗଲେ ପୁଲିସ ଧରିବ ଫାଇନ୍ ଆଦାୟ କରିବା ସହ ମାଡ ମାରିବାର ଭୟ ରହିଛି । ଫଳରେ କଟକ ଜିଲ୍ଲା ନିଆଳିର ୪ ହଜାର ପାନ ଚାଷୀ ପାନଚାଷରୁ ମୁହଁ ଫେରେଇ ନେଲେଣୀ ।

ପାନ ବରଜରୁ ତୋଳା ହେଉଛି, ହେଲେ ବିକ୍ରି ହୋଇ ପାରୁନି କି ପାନ ଚାଷୀର ପେଟ ପୁରୁନି । ଘରେ ତେଲ ଲୁଣ କିଣି ନପାରି ଉପସା ରହୁଛନ୍ତି ଚାଷୀ ପରିବାର । ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ପାନ ଚାଷ କରିଛି । ବରଜରେ ବାଉଁଶ, ଫାଳିଆ, ବିଚେଂଣା, ଛୁଂଚ, କତା, ପାଖୁଡି, ଛାଇ ଜୁଣ, ମାଟି, ପାଣିଠାରୁ ପିଡିଆ ସାର ଓ ଶ୍ରମିକ ମଜୁରୀ ବାବଦକୁ ପ୍ରତିଦିନ ଶହ ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ୨ ବର୍ଷ ହେଲା କରୋନା କଟକଣା ଯୋଗୁଁ ପାନ ବିକ୍ରୀ ହୋଇ ନପାରି ବରଜରେ ନଷ୍ଟ ହେଉଛି । କାଁ ଭାଁ କିଛି ବେପାରୀ ପୁଲିସକୁ ଡରି ଡରି ଲୁଟି ଛପି ପାନ କିଣୁଛନ୍ତି । ହାଟ ବନ୍ଦ ଥିବାରୁ ବେପାରୀ ଗାଁକୁ ଆସି ଶାଗ ମାଛ ଦରରେ ପାନ କିଣି ନେଉଛନ୍ତି । ଓଡିଶା ବାହାରୁ ବ୍ୟବସାୟୀ ଆସୁ ନାହାନ୍ତି । ତେଣୁ ଚାଷୀଙ୍କ ପରିଶ୍ରମ ଏବେ ବଜର ଓ ଘରେ ନଷ୍ଟ ହେଉଛି ।

ପାନ ଚାଷ କରି ପରିବାର ପାଇଁ ବର୍ଷକର ଆହାର ସଂଗ୍ରହ କରନ୍ତି ନିିଆଳି ଅଂଚଳର ଚାଷୀ । ନିଆଳି ହାଟ, ନୟାହାଟ, କାଳିଆଘାଇ ହାଟ, କୁଣ୍ଡେଇହାଟ ଓ ଥକାହାଟରେ ପାନ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରନ୍ତି । ରାଜ୍ୟ ବାହାରକୁ ବି ନିଆଳି ପାନର ବେଶ ଚାହିଦା ରହିଛି । କୋଲକାତା, ଢାକା, ମୁମ୍ବାଇ, ଦିଲ୍ଲୀ, ବାଂଲାଦେଶ ସମେତ ଆମେରିକାକୁ ବି ଯାଇଥାଏ ନିଆଳି ପାନ । ହେଲେ ୨ ବର୍ଷ ହେଲା କରୋନା ଯୋଗୁ ସବୁ ବନ୍ଦ ହୋଇଯାଇଛି । ଫଳରେ ଉପକୂଳ ଓଡିଶାର ପାନ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି, ନାନା ସମସ୍ୟାରେ ଛନ୍ଦି ହୋଇ ପଡିଛନ୍ତି ।

ପାନ ଏକ ଲାଭ ଦାୟକ ଫସଲ ହୋଇଥିବାରୁ ନିଆଳି ଅଂଚଳର ପ୍ରାୟ ୧୫ ହଜାର ଚାଷି ପାନ ବରଜ କରିଛନ୍ତି । ହେଲେ ପ୍ରତିବର୍ଷ ବନ୍ୟା ବାତ୍ୟା ଓ ମହାମାରୀ ଯୋଗୁଁ ଶହ ଶହ ପାନ ବରଜ ନଷ୍ଟ ହେଉଛି । ସରକାର ପାନ ଚାଷୀଙ୍କ ସମସ୍ୟାକୁ ବୁଝି ଏଥିପ୍ରତି ଦୂଷ୍ଟି ଦେବାକୁ ଦାବି ହୋଇଛି ।

ପାନ ବେପାରୀଙ୍କୁ ପୋଲିସ ଡର । କରୋନା ଖାଈଗଲା ପାନ ବ୍ୟବସାୟ । ଚାଷ ପ୍ରତି ବିମୁଖ ହେଉଛନ୍ତି ଚାଷୀ । କାରଣ ଦୀର୍ଘ ୨ ବର୍ଷ ହେଲା କରୋନା ଯୋଗୁଁ ଉପକୂଳ ଓଡିଶାର ପାନଚାଷୀ ପାନ ବିକ୍ରୀ କରି ପାରୁନାହାନ୍ତି । କେତେବେଳେ ଲକଡାଉନ୍ ପୁଣି କେତେବେଳେ ସଟଡାଉନ ଯୋଗୁଁ ହାଟ ବଜାର ବନ୍ଦ ରହୁଛି । ତେଣି ପାନ ବିକିବାକୁ ବାହାରକୁ ଗଲେ ପୁଲିସ ଧରିବ ଫାଇନ୍ ଆଦାୟ କରିବା ସହ ମାଡ ମାରିବାର ଭୟ ରହିଛି । ଫଳରେ କଟକ ଜିଲ୍ଲା ନିଆଳିର ୪ ହଜାର ପାନ ଚାଷୀ ପାନଚାଷରୁ ମୁହଁ ଫେରେଇ ନେଲେଣୀ ।