ବେତନଟୀରେ ଅଭାବନୀୟ ଘଟଣା: ସଂଗରୋଧ କେନ୍ଦ୍ର ନିକଟରେ ଝୁଲୁଛି ପ୍ରବାସୀଙ୍କ ମୃତଦେହ; ତାମିଲନାଡୁରୁ ଆସି କ୍ୱାରେଣ୍ଟାଇନରେ ଥିଲେ ମୃତକ

ବେତନଟୀରେ ଅଭାବନୀୟ ଘଟଣା: ସଂଗରୋଧ କେନ୍ଦ୍ର ନିକଟରେ ଝୁଲୁଛି ପ୍ରବାସୀଙ୍କ ମୃତଦେହ; ତାମିଲନାଡୁରୁ ଆସି କ୍ୱାରେଣ୍ଟାଇନରେ ଥିଲେ ମୃତକ

କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକର ଏକ ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ଅନ୍ତେବାସୀ ଆତ୍ମହତ୍ୟା କରିବା ଅଭିଯୋଗ ହୋଇଛି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାସ୍ଥଳରେ ବହୁଲୋକଙ୍କ ଭିଡ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ଏନେଇ ଅବଗତ ଥିବା ବି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୂଚନା ଦେଇଛନ୍ତି।

ବେତନଟୀ ବ୍ଲକ୍ ଅନ୍ତର୍ଗତ ଅଁଳା ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ଜଣେ ଅନ୍ତେବାସୀ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତକ ଜଣକ ହେଲେ ଜଗନ୍ନାଥ ବେହେରାଙ୍କ ପୁଅ ସୁରେନ୍ଦ୍ର ବେହେରା (୩୫) ଓ ତାଙ୍କ ଘର ବୈଶିଙ୍ଗା ଥାନା ଅଧୀନସ୍ଥ ରାଇକମାରେ ବୋଲି ଜଣାପଡ଼ିଛି ! ମୃତକ ତାମିଲନାଡୁରୁ ଫେରି ନିଜ ପତ୍ନୀଙ୍କ ସହିତ ସଙ୍ଗରୋଧରେ ଥିଲେ । ତେବେ ଉକ୍ତ ସଙ୍ଗରୋଧ କେନ୍ଦ୍ରରେ କୌଣସି ସୁରକ୍ଷା କର୍ମୀ ନିୟୋଜିତ ନଥିବା କୁହାଯାଉଛି। ସେ ସଙ୍ଗରୋଧ କେନ୍ଦ୍ର ନିକଟସ୍ଥ ଏକ ମହୁଲ ଗଛରେ ଫାସି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ବେତନଟୀରେ ସଙ୍ଗରୋଧ କେନ୍ଦ୍ର ଗୁଡ଼ିକ ଅଵ୍ୟବସ୍ଥା ମଧ୍ୟରେ ଚାଲିଛି ଏବଂ ଏହି କେନ୍ଦ୍ରର ନୋଡାଲ ଅଫିସରଙ୍କ ଅବହେଳାକୁ ନେଇ ଗତକାଲି ସମ୍ବାଦରେ ଖବର ପ୍ରକାଶ ପାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe