ଟ୍ୱିଟରରେ ଶନିବାର ଜଣେ ପୋଲିସ୍ କର୍ମଚାରୀଙ୍କ ଭିଡିଓ ସେୟାର୍ କରାଯାଇଥିଲା । ଏବେ ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଭିଡିଓରେ ପୋଲିସ୍ କର୍ମଚାରୀ ଜଣକ ଅଫିସ୍ ଯିବାକୁ ବାହାରୁଥିବା ସମୟରେ ତାଙ୍କ ସାନ ପୁଅ ବାପାଙ୍କୁ ଅଫିସ୍ ନ ଯିବାକୁ କହୁଛି । ପୁଅଟି ବାପାଙ୍କ ଗୋଡ ଧରି ଅଫିସ୍ ନ ଯିବା ପାଇଁ ନେହୁରା ହେଉଛି । ପୋଲିସ୍ କର୍ମଚାରୀ ଜଣକ କହୁଛନ୍ତି ଯେ ପୁଅ ଶୀଘ୍ର ଘରକୁ ଫେରିଆସିବି ମୋତେ ଯିବାକୁ ଦେ । କିନ୍ତୁ ପିଲାଙ୍କୁ ଜୋରରେ କାନ୍ଦି ବାପାଙ୍କୁ ଯିବାକୁ ଦେଉନାହିଁ ।
This is the toughest part of the police job. Due to long and erratic duty hours most of the police officers have to face this situation.
Do watch. pic.twitter.com/aDOVpVZ879
— Arun Bothra (@arunbothra) April 28, 2019
୧.୨୫ ସେକେଣ୍ଡର ଏହି ଭିଡିଓକୁ ଆଇପିଏସ୍ ଅରୁଣ୍ ବୋଥରା ନିଜ ଟ୍ୱିଟର୍ ହ୍ୟାଣ୍ଡଲରେ ସେୟାର୍ କରିଛନ୍ତି । ଭିଡିଓ ସେୟାର୍ କରିଥିବା ଅଫିସର ଜଣକ ଲେଖିଛନ୍ତି , ଏହା ପୋଲିସ୍ ଚାକିରୀର ସବୁଠାରୁ ଭାବନାତ୍ମକ ସମୟ । ଲମ୍ବା ଏବଂ କଠିନ ସିଡ୍ୟୁଲ୍ ଭିତରେ ପ୍ରତ୍ୟେକଟି ପୋଲିସ୍ କର୍ମଚାରୀଙ୍କୁ ଏଭଳି ସ୍ଥିତି ଦେଇ ଗତି କରିବାକୁ ପଡେ । ତେବେ ଏହି ଭିଡିଓକୁ ଦେଖି ଲୋକଙ୍କ ଭାବନାତ୍ମକ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏହି ଭିଡିଓକୁ ଦେଖି ଭାବୁକ ହୋଇଯାଇଛନ୍ତି ।