ଖ୍ରୀଷ୍ଟିୟାନ୍ ସଂପ୍ରଦାୟରେ ଡିସେମ୍ବର ୨୫ ତାରିଖ ବଡଦିନକୁ ସବୁଠାରୁ ବଡପର୍ବ ଭାବରେ ପାଳନ କରାଯାଏ । ଏହି ଦିନ ଈଶ୍ୱରୀୟ ଅବତାରୀ ପୁରୁଷ ଯୀଶୁଖ୍ରୀଷ୍ଟ ଜନ୍ମ ଗ୍ରହଣ କରିଥିଲେ । ମେଷଶାଳାରେ ମା’ ମାରିଆଙ୍କ କୋଳରେ ଜନ୍ମ ନେଇଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବାର୍ତ୍ତା କାଳକାଳକୁ ସମସ୍ତଙ୍କ ମନରେ ରହିଥିବ । ତେବେ ଏହି ଦିନଟିକୁ ପାଳନ କରିବା ପାଇଁ ଖ୍ରୀଷ୍ଟିୟାନ୍ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଚହଳପହଳ ସୃଷ୍ଟି ହୋଇଯାଏ । ଅଧିକାଂଶ ଲୋକଙ୍କ ମତରେ ଭାରତର ଗୋଆରେ କ୍ରୀଷ୍ଟମାସ ପାଳନ କରିବାର ମଜା ହିଁ ନିଆରା କିନ୍ତୁ ଆପଣଙ୍କୁ ଏଠାରେ କହିଦେଉଛୁ କେବଳ ଗୋଆ ନୁହଁ ଭାରତର ଅନ୍ୟ କିଛି ସ୍ଥାନ ଅଛି ଯେଉଁଠିକି ଗଲେ ଆପଣ କ୍ରୀଷ୍ଟମାସର ପୁରା ମଜା ଉଠାଇପାରିବେ । ତେବେ ଆସନ୍ତୁ ଆଜି ଜାଣିବା ଏଭଳି କିଛି ଖାସ୍ ସ୍ଥାନ ବିଷୟରେ ।
୧ . ପୁଡୁଚେରୀ : କ୍ରୀଷ୍ଟମାସର ସପ୍ତାହେ ପୂର୍ବରୁ ଆୟୋଜନ ଆରମ୍ଭ ହେଉଥିବା ସହର ହେଉଛି ପଣ୍ଡିଚେରୀ । ଶାନ୍ତ ବାତାବରଣ ପାଇଁ ପରିଚିତ ଏହି ସହର କ୍ରୀଷ୍ଟମାସ ସମୟରେ ଚଳଚଞ୍ଚଳ ହୋଇଉଠେ । ଏଠାରେ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ସଜାସଜ୍ଜି କାମରେ ଯୋଡି ହୋଇଯାନ୍ତି । ୧୦୦ ବର୍ଷ ପୁରୁଣା ଏଠାକାର କ୍ୟାଥିଲିକ୍ ଚର୍ଚ୍ଚରେ ସକାଳୁ ଲୋକେ ପାରମ୍ପରିକ ନୀତି ଅନୁସାରେ କ୍ରୀଷ୍ଟମାସ ପାଳିଥାନ୍ତି । ନୂଆ ଡ୍ରେସ୍ ପିନ୍ଧି , ଚର୍ଚ୍ଚରେ ପ୍ରାର୍ଥନା କରି ସମସ୍ତେ ନାଚଗୀତ କରିଥାନ୍ତି । ଏହି ଦିନ ଚର୍ଚ୍ଚକୁ ନୂଆ ଭଳି ସଜା ଯାଇଥାଏ । ମେଷ ଶାଳାରେ ଯୀଶୁଖ୍ରୀଷ୍ଟ ଏବଂ ମା’ମାରିଆ ଏବଂ ନନ୍ ଙ୍କ ଛୋଟ ଛୋଟ ମୂର୍ତ୍ତି ସବୁ ସଜା ହୋଇଥାଏ । ଘରେ ଘରେ ତାରା,ଜହ୍ନ, କ୍ରୀଷ୍ଟମାସ ଟ୍ରି ଏବଂ ରଙ୍ଗବେରଙ୍ଗ ଲାଇଟ୍ ଲଗାଯାଇଥାଏ ।
୨ . ଡାମନ୍ ଡିଉ : କେବଳ ପୁଡୁଚେରୀ ନୁହଁ ଡାମନ୍ ଡିଉରେ ମଧ୍ୟ କ୍ରୀଷ୍ଟମାସକୁ ବହୁ ଧୁମଧାମରେ ପାଳନ କରାଯାଏ । ଏଳବର୍ଷ ଶାନ୍ତ ରହୁଥିବା ଡାମନ୍ ଡିଉ କ୍ରୀଷ୍ଟମାସ ଅବସରରେ ଚଳଚଞ୍ଚଳ ହୋଇଉଠେ । ଏଠାରେ କ୍ରୀଷ୍ଟମାସକୁ ଦୀପାବଳୀ ଭଳି ପାଳନ କରାଯାଏ । ଅଧିକ ପର୍ତ୍ତୁଗାଲ ରହୁଥିବାରୁ ଏଠାରେ ପର୍ତ୍ତୁଗାଳୀ ଡ୍ୟାନ୍ସ ସବୁଠାରୁ ଆକର୍ଷଣର ବିନ୍ଦୁ ପାଲଟିଥାଏ ।
୩ . ସିଲଙ୍ଗ : ଆପଣ ଯଦି ହିଲଷ୍ଟେସନ୍ କ୍ରୀଷ୍ଟମାସର ମଜା ନେବାକୁ ଚାହାଁନ୍ତି ତେବେ ସିଲଙ୍ଗ ଠାରୁ ଭଲ ସ୍ଥାନ ଆଉ ହୋଇନପାରେ । ସିଲଙ୍ଗର ପ୍ରାକୃତିକ ସୌନ୍ଦର୍ଯ୍ୟତା ସହ କ୍ରୀଷ୍ଟମାସ ପାଳିବାର ମଜା ହିଁ ନିଆରା । ଏଠାକାର ବଗିଚା ଏବଂ ଝରଣା ଏତେ ସୁନ୍ଦର ଏଠାରୁ ଆପଣଙ୍କ ଧ୍ୟାନ ହଟିବ ନାହିଁ ।
୪ . କେରଳ : କ୍ରୀଷ୍ଟମାସ ପାଇଁ ସବୁଠାରୁ ଅଧିକ ଚର୍ଚ୍ଚିତ ହେଉଛି କେରଳ । କେରଳରେ ଅନେକ ଐତିହାସିକ ଚର୍ଚ୍ଚ ରହିଛି ଯେଉଁଠାରେ ଧୁମଧାମରେ କ୍ରୀଷ୍ଟମାସ ପାଳନ କରାଯାଏ । ସକାଳୁ ଲୋକମାନେ ବହୁତ ପୁଣ୍ୟ କାମ କରିବା ସହ ଚର୍ଚ୍ଚରେ ପ୍ରାର୍ଥନା କରି ପାର୍ଟି କରିଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/77331-jcqimdvovj-1514116469.jpg)
/kanak/media/post_attachments/wp-content/uploads/2018/12/15809842139_1149ae1daa_c-300x190.jpg)
/kanak/media/post_attachments/wp-content/uploads/2018/12/Мацьківці.-Вертеп-700x467-300x200.jpg)
/kanak/media/post_attachments/wp-content/uploads/2018/12/celebrate-christmas-in-kerala-300x182.jpg)
/kanak/media/post_attachments/wp-content/uploads/2018/12/nativity-scene-decorations-300x202.jpg)