ଯେକୌଣସି ଦାନ୍ତ ସମସ୍ୟା ହେଉ ,ଆପଣାନ୍ତୁ ଏହି ଘରୋଇ ଉପାୟ, ପାଆନ୍ତୁ ତୁରନ୍ତ ଆରାମ ।

566

କନକ ବ୍ୟୁରୋ: ଆଜିକାଲି ଅନେକଙ୍କ ଠାରେ ଦାନ୍ତର ସମସ୍ୟା ଦେଖିବାକୁ ମିଳୁଛି । ଦାନ୍ତ ମୂଳରୁ ରକ୍ତ ବାହାରିବା, ଅସମୟରେ ଦାନ୍ତ ପଡିଯିବା, ଦାନ୍ତ ସମସ୍ୟା ଯୋଗୁଁ ପାଟି ଦୁର୍ଗନ୍ଧ ହେବା , ପାଇରିଆ ଏସବୁ ସମସ୍ୟା ଏବେ ଅନେକଙ୍କ ଠାରେ ଦେଖିବାକୁ ମିଳୁଛି । ଏଥିରୁ ମୁକ୍ତି ପାଇଁ ଲୋକେ ଡାକ୍ତରୀ ଚିକିତ୍ସା ଆପଣାଇ ଖର୍ଚ୍ଚାନ୍ତ ହେଉଛନ୍ତି । ବ୍ୟବହାର କରୁଛନ୍ତି ଦାମୀ ଟୁଥପେଷ୍ଟ । ହେଲେ କିଛି ଦିନ ପାଇଁ ଏଥିରୁ ଉପଶମ ମିଳୁଥିଲେ ବି ସବୁଦିନ ପାଇଁ ଏଥିରୁ ମୁକ୍ତି ମିଳୁନାହିଁ ।

କିନ୍ତୁ ଜାଣନ୍ତି କି ଏପରି କିଛି ଘରୋଇ ଉପାୟ ଅଛି ଯାହାକୁ ଆପଣାଇ ଆପଣ ସମସ୍ତ ଦାନ୍ତ ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇପାରିବେ ।ହେଲେ ଏହା ପୂୁର୍ବରୁ କିଛି ସତର୍କତା ଆପଣାନ୍ତୁ ଯେପରି:
• ସବୁପ୍ରକାର ପ୍ୟାକେଟ୍ ବା ରିଫାଇନ୍ ଫୁଡ୍, ଆନିମଲ ଫୁଡ, ପ୍ରକ୍ରିୟାକରଣ ଖାଦ୍ୟରୁ ଦୂରେଇ ରୁହନ୍ତୁ ।
• ରାତିରେ ଶୋଇବା ପର୍ବରୁ ଥରେ ବ୍ରସ୍ କରିବା ନିହାତି ଜରୁରୀ ।ହେଲେ ଏହି କ୍ରମରେ ଆସିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ । ବ୍ରସ୍ କରିବା ପାଇଁ ବଜାରର ଦାମୀ ଟୁଥ୍ପେଷ୍ଟ ନୁହେଁ ବରଂ ଘରେ ,କହିବାକୁ ଗଲେ ଆପଣଙ୍କ ରୋଷେଇ ଘରେ ମିଳୁଥିବା ଜିନିଷରୁ ତିଆରି କରନ୍ତୁ ଟୁଥ୍ ପାଉଡର ଓ ପେଷ୍ଟ,ଯାହା ଆପଣଙ୍କ ଦାନ୍ତ ପାଇଁ ମହୌଷଧୀ ପାଲଟିଯିବ ।
• ଲୁଣ ଓ ହଳଦୀ ସମାନ ପରିମାଣରେ ନିଅନ୍ତୁ ।ଏଥିରେ ଲବଙ୍ଗକୁ ଗୁଣ୍ଡ କରି ଏହାର ଗୁଣ୍ଡ ମିଶାନ୍ତୁ । ଏଥିରେ ଫିଟିକିରି ପାଣି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ ଆଙ୍ଗୁଠିରେ ବା ବ୍ରସରେ ନେଇ ରାତିରେ ଓ ସକାଳେ ଦାନ୍ତ ସଫା କରନ୍ତୁ । ଆପଣ ଏହାକୁ ଲାଗାତାର ବ୍ୟବହାର କଲେ ନିଶ୍ଚୟ ଫରକ୍ ଜାଣିପାରିବେ ।
• ଯଦି ଆପଣଙ୍କ ଗୁରୁତର ଦାନ୍ତ ସମସ୍ୟା ରହିଛି, କିମ୍ବା ଦାନ୍ତ ମୂଳରୁ ରକ୍ତ ବାହାରୁଛି ,ଏଥିପାଇଁ ଚିକିତ୍ସା ମଧ୍ୟ ରହିଛି ଅପଣଙ୍କ ଘରେ । କାକୁଡି/ ପାଳଙ୍ଗ/ ଗାଜର/ ଟମାଟୋ/ ଏଥିରୁ ଯେ କୌଣସିଟିକୁ ନେଇ ଜୁସ୍ ପ୍ରସ୍ତୁତ କରନ୍ତୁ । ଏଥିରୁ ଅଧଗ୍ଲାସରୁ ଅଧିକ ଜୁସ୍ ନେଇ ପିଅନ୍ତୁ । ମନେରଖନ୍ତୁ ପିଇବା ସମୟରେ ଜୁସର ପ୍ରତି ଢୋକକୁ ପାଟିରେ ୫ ସେକେଣ୍ଡେ ରଖି ପିଅନ୍ତୁ । ଏପରି କଲେ ଆପଣ ଦୁଇ ଦିନରେ ହିଁ ଆରାମ ପାଇପାରିବେ ।ଯଦି ବିଟରୁଟର ଜୁସ୍ ପିଉଛନ୍ତି ତେବେ ତାହା ୧/୪ ପରିମାଣରେ ନେଇ ସମାନ ଭାବେ ପିଅନ୍ତୁ । ଏସବୁର ଜୁସକୁ ୧୦ରୁ ୧୫ ଦିନ ପିଇଲେ ଆପଣଙ୍କ ଭୋଗୁଥିବା ପାଇରିଆ, ଦାନ୍ତ ମୂଳରୁ ରକ୍ତସ୍ରାବ ପରି ଗୁରୁତର ସମସ୍ୟାରୁ ମୁକ୍ତି ପାଇପାରିବେ ।

ତେଣୁ ବଜାରରେ ମିଳୁଥିବା ପେଷ୍ଟ ହେଉ ବା ମେଡିସିନ ହେଉ ଏସବୁ ପୂର୍ବରୁ ଥରେ ସତର୍କତାକୁ ଆପଣାଇବା ସହ ଏସବୁ ଘରୋଇ ଆପଣାଇ ଦେଖନ୍ତୁ ଦାନ୍ତ ସମସ୍ୟାରୁ ନିଶ୍ଚୟ ଆରାମ ପାଇବେ ।