କେଶ ପାଇଁ ପିଅନ୍ତୁ ଏହି ପାନୀୟ: କେଶ ମଜବୁତ କରିବା ସହ ତ୍ୱଚାରେ ଆଣିବ ଚମକ୍ ।

218

କନକ ବ୍ୟୁରୋ: ଆଜିକାଲି କେଶ ଝଡିବା ଏକ ସାଧାରଣ ସମସ୍ୟା ଭାବେ ଦେଖାଦେଉଛି । ପରିବର୍ତ୍ତିତ ଜଳବାୟୁ ସହ ଖାଦ୍ୟପେୟ ଓ ଆମର ବ୍ୟସ୍ତବହୁଳ ଜୀବନ ଏଥିପାଇଁ ଦାୟୀ । ଆମ କେଶ ଓ ତ୍ୱଚାକୁ ସବୁଠୁ ଅଧିକ କ୍ଷତି ପହଞ୍ଚାଉଛି ଏସବୁ କାରଣ । କିନ୍ତୁ ଏପରି କିଛି ପାନୀୟ ଅଛି ଯାହା ଆମକୁ ଏସବୁ ସମସ୍ୟାରୁ ଅନେକାଂଶରେ ମୁକ୍ତ କରିପାରିବ ।ଆସନ୍ତୁ ଜାଣିବା ଏ ବିଷୟରେ ।

ଏହି ପାନୀୟ ପ୍ରସ୍ତୁତ କରିବେ କିପରି?
ଅବଶ୍ୟକ ସାମଗ୍ରୀ:
ଏହି ପାନୀୟ ପ୍ରସ୍ତୁତ କରିବାକୁ ଆବଶ୍ୟକ: ଗୋଟିଏ ଡାଳିମ୍ବ,୨-ଟି ଟମାଟୋ, କୋଟିଏ ବିଟ୍, ୫ଟି କିଶମିସ୍ ଓ ୨ଟି ଖଜୁରୀ ।
ପ୍ରଥମେ କିଶମିସ ଓ କୁଜୁରୀକୁ ପାଣିରେ ପାଖାପାଖି ଅଧଘଣ୍ଟା ବତୁରାଇ ରଖିବେ । ଏହାକୁ ଛାଣି ଗ୍ରାଇଣ୍ଡିଂ କରିଦେବେ । ପରେ ଡାଳିମ୍ବ ମଞ୍ଜି, ବିଲାତି ଓ ବିଟକୁ ଚୁନ୍ ଚୁନ୍ କରି କାଟିଦେବେ । ଏବଂ ଏସବୁ ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ ।ଏହାପରେ ପୂର୍ବରୁ ଗ୍ରାଇଣ୍ଡିଂ କରିଥିବା କିଶମିସ୍ ଓ ଖୁଜରୀ ପେଷ୍ଟ ସହ ଏହାକୁ ମିଶାଇଦେବେ । ଏଥିରେ ସାମାନ୍ୟ ଲେମ୍ବୁ ରସ ପକାଇବେ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ହେଲଦି ଡ୍ରିଙ୍କ୍ । ଏହି ପାନୀୟକୁ ସପ୍ତାହକୁ ୨ରୁ ୩ଥର ପିଅନ୍ତୁ ।

ଏହି ପାନୀୟରେ ରହିଛି ଭରପୁର ଲୌହ ପୋଷକ ତତ୍ତ୍ୱ । ଏହା କେବଳ କେଶ ପାଇଁ ନୁହେଁ ତ୍ୱଚା ପାଇଁ ମଧ୍ୟ ସବୁଠୁ ଭଲ ଖୋରାକ୍ । ଏହାକୁ ନିୟମିତ ପାନ କଲେ ଆପଣ ତ୍ୱଚା ଓ କେଶରେ ଫରକ୍ ଅନୁଭବ କରିବେ ନିଶ୍ଚୟ ।