ରାସ୍ତା ଡାକୁଛି ବିପଦ : ବୋରିଗୁମ୍ମାରୁ ଜାୟପୁର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା; ମରାମତି ନାଁରେ ସମୟ ଗଡାଇଚାଲିଛି ଠିକାଦାର, ବିଜେଡିର ଏନଏଚ ଅଫିସ ଘେରାଉ

321
କନକ ବ୍ୟୁରୋ : ରାସ୍ତା ଡ଼ାକୁଛି ବିପଦ । କେଉଁଠି ଖାଲ ଖମା ତ କେଉଁଠି କୃତ୍ରିମ ପୋଖରିର ଭ୍ରମ । ବୋରିଗୁମ୍ମା ଠାରୁ ଜୟପୁର  ପର୍ଯ୍ୟନ୍ତ ଲମ୍ବିଥିବା ୨୬ ନମ୍ବର ଜାତୀୟ ରାଜପଥ ନିର୍ମାଣ ପାଇଁ ୬୬ କୋଟି ୨୪ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଗତ ଗଭେମ୍ବର ମାସରୁ କାମ ଆରମ୍ବ ହୋଇଥିଲେ ସୁଧା ରାସ୍ତାର ଓସାର ଓ ମରାମତି ନାଁରେ ସମୟ ଗଡ଼ାଇ ଚାଲିଛନ୍ତି ଠିକାଦାର । ଏହାକୁ ବିରୋଧ କରି ଏନଏଚ  ଅଫିସ କୁ  ଘେରାଉ କରିବା ସହ ଆନ୍ଦୋଳନର ଚେତାବନି ଦେଇଛି ବିଜେଡ଼ି । ୨ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ସମୟ ବିତିଗଲାଣି ରାସ୍ତାର ଇଚିଂଟିଏ କାମ ଆଗେଇ ପାରୁନାହିଁ । ଖାଲଢି଼ପ ଓ ମରାମତି ନାମରେ ରାସ୍ତାକୁ ଖୋଳାଯାଇଛି । ଫଳରେ ରାସ୍ତାରେ ଗାଡ଼ି ଦବିଯିବା ସହ ଅନେକ ଙ୍କୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଓଡ଼ିଶାରୁ  ଆନ୍ଦ୍ର ହେଉ କି ଛତିଶଗଡ଼ ଏହି ରାସ୍ତା ଦେଇ ପ୍ରତଦିନ ହଜାର ହଜାର ଗାଡ଼ି   ଯାତାୟତ କରୁଛି  ।
ଏପରି କି କୋରାପୁଟ ମେଡ଼ିକାଲ କୁ ମଧ୍ୟ ଯିବା ପାଇଁ ଏହି ମାତ୍ର ଗୋଟିଏ ରାସ୍ତା । ଗତ ଏକ ବର୍ଷ ଭିତରେ ଅନେକ ଗୁରୁତର ରୋଗୀ ଯେଉଁ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ କୋରାପୁଟ ମେଡ଼ିକାଲକୁ ସ୍ତାନାନ୍ତର କରାଯାଉଛି,  ମେଡ଼ିକାଲ ପହଚୁଂ ପହଚୁଂ ରାସ୍ତାରେ ଅନେକଙ୍କ ଜୀବନ ପଳାଇଛି । ନିମ୍ନ ମାନର କାମ ଓ ମନ୍ଥର ଗତିରେ କାମ କୁ ନେଇ ବିଜେଡ଼ି ଏନଏଚ ଅଫିସ କୁ ଘେରାଉ କରିବା ସହ ତୁରନ୍ତ କାମ ନ ସରିଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରିବେ ବୋଲି ଚେତାବନି ଦେଇଛନ୍ତି ।