ଗଞ୍ଜାମରେ କରୋନା ସ୍ଥିତି ବଢାଇଲା ଚିନ୍ତା: ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ବଡ ମେଡିକାଲର ଓପିଡି ବନ୍ଦ; ସେପଟେ ୯ରୁ ୧୩ ତାରିଖ ସବୁ ସହର ସଟଡାଉନ

702

କନକ ବ୍ୟୁରୋ: ବନ୍ଦ ହେଲା ବ୍ରହ୍ମପୁର ଏମକେସିଜି ଡାକ୍ତରଖାନା ଓପିଡି । ଏବେ କେବଳ ଜରୁରୀ କାଳୀନ ରୋଗୀଙ୍କୁ ମିଳିବ ଚିକିତ୍ସା ସୁବିଧା । ରୋଗୀଙ୍କ ନିକଟରେ ରହିବେ କେବଳ ଜଣେ ମାତ୍ର ଲୋକ । ଏମକେସିଜି ଡାକ୍ତରଖାନାକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ରହିବ କଡା ନଜର । କେବଳ ଗୋଟିଏ ଗେଟ୍ ଖୋଲାଯିବ । ସେହି ଗେଟ୍ ଦେଇ ସମସ୍ତେ ପ୍ରବେଶ ଓ ପ୍ରସ୍ଥାନ କରିବେ । ପୁରା ବ୍ୟବସ୍ଥାର ତଦାରଖ କରିବେ ଏମକେସିଜି ସୁପରିଟେଣ୍ଡେଂଟ୍ । ଗଂଜାମ ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣର ଭୟାବହତାକୁ ନଜରରେ ରଖି ଏପରି ପଦ କ୍ଷେପ ନିଆଯାଇଥିବା କୁହାଯାଇଛି ।

ସେପଟେ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ଆରମ୍ଭ ହୋଇଛି ଡୋର ଟୁ ଡୋର ସ୍କ୍ରିନିଂ । ୨୦୦ ଟି ଟିମ୍ ଜରିଆରେ ସହରରେ ହେବ ସ୍ୱାସ୍ଥ୍ୟ ଯାଂଚ । ୯ରୁ ୧୩ ତାରିଖ ଯାଏଁ ଗଂଜାମ ଜିଲ୍ଲାରେ ସବୁ ସହର ସଟଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

– ବ୍ରହ୍ମପୁର ମହାନଗର ନିଗମ ସମେତ ସମସ୍ତ ସହରାଂଚଳ ବନ୍ଦ ଘୋଷଣା

– ହିଂଜିଳିକାଟୁ ମ୍ୟୁନିସିପାଲଟି ଏବଂ ସମସ୍ତ ଏନ୍ଏସି ବି ବନ୍ଦ ରହିବ

– ସହରାଂଚଳ ସହ ୫ଟି ବ୍ଳକ୍ର ମୁଖ୍ୟାଳୟ ବନ୍ଦ ରହିବ

– ଜଗନ୍ନାଥ ପ୍ରସାଦ, ସାନଖେମୁଣ୍ଡି, ଧରାକୋଟ, ପାତ୍ରପୁର ଓ ଶେରଗଡ ବନ୍ଦ

– ସଟଡାଉନ୍ ସମୟରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଯାଂଚ କରିବେ

– ୨ଶହ ଟିମ୍ ଲୋକଙ୍କ ଲକ୍ଷଣ ଯାଂଚ୍ କରିବେ