ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରାକୁ ନେଇ ରାଜନୀତି : ପ୍ରଥମ ଥର ପାଇଁ ବୁଢୀ ଠାକୁରାଣୀ ଯାତ୍ରା ଦେଖିଲେ ନବୀନ

45

କନକ ବ୍ୟୁରୋ : ବ୍ରହ୍ମପୁର ଠାକୁରାଣୀ ଯାତ୍ରାକୁ ନେଇ ରାଜନୀତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରା ଦେଖିବା ପରେ ପ୍ରଥମ ଥର ପାଇଁ ନବୀନ ଦେଖିଛନ୍ତି ବୁଢି ଠାକୁରାଣୀ ଯାତ୍ରା । ଆଜି ବ୍ରହ୍ମପୁର ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’ଙ୍କ ପାଖରେ ପୂଜାର୍ଚନା କରିଛନ୍ତି । ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣ ସହ ମୁଖ୍ୟମନ୍ତ୍ରୀ ପୂଷ୍ପାଂଜଳି ଦେଇଛନ୍ତି ।

ପ୍ରଥମ ଥର ପାଇଁ ବ୍ରହ୍ମପୁର ପ୍ରସିଦ୍ଧ ମା ବୁଢି ଠାକୁରାଣୀଙ୍କ ଦର୍ଶନ କରିବା ସହ ଯାତ୍ରା ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବ୍ରହ୍ମପୁର ଯାଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ବଡ ବଜାର ଅଂଚଳରେ ହେଉଥିବା ସହରର ପ୍ରସିଦ୍ଧ ବୁଢି ଠାକୁରାଣୀ ଯାତ୍ରା ଦେଖିଥିଲେ କେନ୍ଦ୍ରମନ୍ତ୍ରୀ । ତେବେ ଧର୍ମେନ୍ଦ୍ରଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତକୁ ନେଇ ଜୋର ଧରିଛି ରାଜନୀତି ।