କନକ ବ୍ୟୁରୋ : ବ୍ରହ୍ମପୁରର ସହର ଦକ୍ଷିଣ ଓଡ଼ିଶାର ବୃହତ ସହର । ଏଠାକୁ ବାହାର ଜିଲ୍ଲାର ବହୁ ବ୍ୟବସାୟୀ ବ୍ୟବସାୟ ପାଇଁ ଆସନ୍ତି । ଏହାର ଲୋକ ସଂଖ୍ୟା ଏବେ ବଢିବାରେ ଲାଗିଛି । କିନ୍ତୁ ସହରର ଟ୍ରାଫିକ ସମସ୍ୟା ଏବେବି ସୁଧୁରି ନାହିଁ । ଅନ୍ୟପଟେ ସହରରରେ ରିଙ୍ଗ ରୋଡ ପାଇଁ ଅନେକଥର ଯୋଜନା ହେଉଛି କିନ୍ତୁ ବର୍ତମାନ ସୁଧା କାମ ଆରମ୍ଭ ହୋଇନାହିଁ ।
ଦିନକୁ ଦିନ ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ବ୍ରହ୍ମପୁର ସହରରେ ରିଙ୍ଗରୋଡ଼ ନିର୍ମାଣ ପାଇଁ ୧୫ ବର୍ଷ ହେବ ଯୋଜନା ହେଉଛି, କିନ୍ତୁ କାମକୁ ନୁହେଁ । ଆସନ୍ତା ୩୧ ତାରିଖରେ ବ୍ରହ୍ମପୁର ମହାନଗର ନିଗମ ଦେଢ ଶହ ବର୍ଷ ପୂତ୍ତି ପାଳନ କରିବା ପାଇଁ ଯୋଜନା କରୁଥିବା ବେଳେ ସହରବାସୀ ଟ୍ରାଫିକ ସମସ୍ୟାକୁ ନେଇ ଚିନ୍ତାରେ ପଡିଛନ୍ତି ।
ବହୁ ବର୍ଷ ପରେ ବ୍ରହ୍ମପୁର ସହରରେ ନିର୍ମଣ ହେବ ରିଙ୍ଗ ରୋଡ଼ । ସହରର ଚରିପଟୁ ୪୭ କିଲୋମିଟରରେ ଏହି ରିଙ୍ଗ ରୋଡ଼ ନିର୍ମାଣ ହେବ । ଆଉ ଏଥିପାଇଁ ୫୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । କିନ୍ତୁ ବର୍ତମାନ ସୁଧା ଜମି ଅଧିଗ୍ରହଣ କରାଯାଇ ନାହିଁ । ସରକାରଙ୍କ ପାଖକୁ ଏହି ପ୍ରସ୍ତାବ ଯାଇଛି । ଟଙ୍କା ଆସିଲେ ପ୍ରଥମେ ଜମି ଅଧିଗ୍ରହଣ କରାଯିବ ବୋଲି କହିଛନ୍ତି । ନିର୍ବାଚନ ସମୟରେ ବ୍ରହ୍ମପୁର ସହରର ବିଭିନ୍ନ ସମସ୍ୟାକୁ ନେଇ ରାଜନୀତି କରନ୍ତି ନେତାମନ୍ତ୍ରୀ । କିନ୍ତୁ ନିର୍ବାଚନ ପରେ ଏହି ସବୁ ଫାଇଲ ତଳେ ଚାପି ହୋଇ ରହିଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/Screen-shot-2017-09-01-at-4.49.01-PM.png)