ଆଜିଠୁ ବ୍ରହ୍ମପୁରରେ ୪ ଦିନିଆ ସଟଡାଉନ୍: ମଙ୍ଗଳବାର ଯାଏଁ ସଟଡାଉନ ରହିବ ବ୍ରହ୍ମପୁର ସହର; ପଜିଟିଭ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ପଦକ୍ଷେପ

Advertisment
ଆଜିଠୁ ବ୍ରହ୍ମପୁରରେ ୪ ଦିନିଆ ସଟଡାଉନ୍: ମଙ୍ଗଳବାର ଯାଏଁ ସଟଡାଉନ ରହିବ ବ୍ରହ୍ମପୁର ସହର; ପଜିଟିଭ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ପଦକ୍ଷେପ

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ରୋକିବା ଲାଗି ଆଜିଠୁ ବ୍ରହ୍ମପୁର ମହାନଗର ୪ଦିନ ପାଇଁ ସଟଡାଉନ୍ ହେବ। ଗୁରୁବାର ରାତି ୯ଟା ବେଳେ ତରବରିଆ ଭାବେ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିଲା। ପ୍ରଶାସନର ଦୂରଦୃଷ୍ଟିର ଅଭାବ ଯୋଗୁଁ ବ୍ରହ୍ମପୁର ସହରରେ ଗତକାଲି ସୃଷ୍ଟି ହୋଇଥିଲା ଅଭାବନୀୟ ସ୍ଥିତି। ଅତ୍ୟାବଶକ ସାମଗ୍ରୀ କିଣିବା ଲାଗି ସହରବାସୀ ବଜାର ମୁହାଁ ହୋଇଥିଲେ। ସହରରେ ଦେଖିବାକୁ ମିଳିଥିଲା ଅସମ୍ଭାଳ ଭିଡ଼। ଗହଳି ବଢ଼ିବା ସାଙ୍ଗକୁ ସମୟ ଯେତିକି ଗଡ଼ୁଥିଲା ବଜାରରେ ପନିପରିବା ଦର ବି ସେତିକି ଉଚ୍ଚା ହେବାରେ ଲାଗିଥିଲା। ଦିନ ୧୧ଟା ବେଳେ ସହରରେ ଅଧିକାଂଶ ବଜାର ପରିବା ଶୂନ୍ୟ ହୋଇ ଯାଇଥିଲା। ଏହାର ସୁଯୋଗ ନେଇ ବେପାରୀ ମନଇଚ୍ଛା ଦରରେ ବିକ୍ରି କରିଥିଲେ। ରେଶମନଗର ବାସିନ୍ଦା ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଯାଇ ନାହିଁ ନ ଥିବା କଲବଲ ହୋଇଥିଲେ।

ଗତକାଲି ସକାଳୁ ସକାଳୁ ବଡ଼ବଜାର ପରିବା ମାର୍କେଟ, ଗେଟ୍ ବଜାର ଭେଣ୍ଡିଂଜୋନ, ମର୍ଦ୍ଦରାଜ ଭେଣ୍ଡିଂଜୋନ ଆଦିରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବଜାର ଏତେ ଭିଡ଼ ଥିଲା ଯେ, କିଛି ସ୍ଥାନରେ ଟ୍ରାଫିକ ସମସ୍ୟା ଉପୁଜିଥିଲା। ବ୍ରହ୍ମପୁରରୁ ୫୩ ପଜିଟିଭ୍ ଚିହ୍ନଟ ପରେ ସହରବାସୀ କରୋନାକୁ ସମ୍ପୂର୍ଣ୍ଣ ଭୁଲିଯାଇଥିବା ଭଳି ମନେ ହେଉଥିଲା। ବଜାରରେ ନା ଥିଲା ସାମାଜିକ ଦୂରତ୍ବ ନା ଥିଲା ସ୍ୱଚ୍ଛତା। କାହାର ଥୋଡ଼ିରେ ମାସ୍କ୍ ଝୁଲୁଥିଲା ତ କିଏ ମାସ୍କ ପିନ୍ଧି ନ ଥିଲେ। ସମସ୍ତେ ଅତ୍ୟାବଶକ ସାମଗ୍ରୀ କଣିବା ଲାଗି କରୋନାକୁ ଭୁଲି ବେଫିକର ହୋଇ ଯାଇଥିଲେ। ବଜାରରେ ଏଭଳି ଗହଳି ସତ୍ତ୍ବେ ପ୍ରଶାସନର ଦେଖା ନ ଥିଲା। ମାସ୍କ ଓ ସାମାଜିକ ଦୂରତ୍ବ ଉଲ୍ଲଂଘନର ଯାଞ୍ଚ ବି ହେଉ ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe