ହାରି ହାରି ଜିତିଗଲେ, ଜିତିବା ପୂର୍ବରୁ ହାରିଗଲେ ! ପରୀକ୍ଷାଫଳ ଆସିବା ପୂର୍ବରୁ ଆତ୍ମହତ୍ୟା କଲେ ଛାତ୍ର , କିନ୍ତୁ ରେଜଲ୍ଟ ଆସିବା ପରେ ସମସ୍ତେ ହେଲେ ଚକିତ

79

କନକ ବ୍ୟୁରୋ : ଦୁଇ ବର୍ଷ ଧରି ଯୁକ୍ତ ଦୁଇରେ ଫେଲ୍ ହୋଇ ଆସୁଥିଲେ । ଏଥର ବି ଫେଲ୍ ହୋଇଯିବେ ବୋଲି ଆଶଙ୍କା କରି ଗତକାଲି ଆତ୍ମହତ୍ୟା କରିଦେଇଥିଲେ ବ୍ରହ୍ମପୁରର ଜଣେ ଛାତ୍ର । ହେଲେ ଫଳାଫଳ ଆସିବା ପରେ ସମସ୍ତେ ଚକିତ ହୋଇଯାଇଥିଲେ କାରଣ ଆତ୍ମହତ୍ୟା କରିଥିବା ଛାତ୍ର ଜଣକ ସେକେଣ୍ଡ କ୍ସାସରେ ପାସ୍ କରିଥିଲେ ।

+2 resultsରାତି ପାହିଲେ ଆସିଥାନ୍ତା ରେଜଲ୍ଟ । ହେଲେ ତାଆଗରୁ ଜୀବନ ହାରିଦେଲେ ବ୍ରହ୍ମପୁରର ରାଜେଶ କୁମାର ପଣ୍ଡା । ମନରେ ଭୟ ଆଉ ଆଶଙ୍କା ଥିଲା କାଳେ ସେ, ଫେଲ୍ ହୋଇଯିବେ । ହେଲେ ଆଜି ସେକେଣ୍ଡ କ୍ଲାସରେ ପାସ୍ କରିଛନ୍ତି ରାଜେଶ । ପରୀକ୍ଷାରେ ସେ ୩୦୨ ନମ୍ବର ମଧ୍ୟ ରଖିଛନ୍ତି । ହେଲେ ଏହି ଖୁସିର ମୁହୂର୍ତରେ ପାଖରେ ନାହାଁନ୍ତି ରାଜେଶ ।

ବ୍ରହ୍ମପୁର ଫାଷ୍ଟଗେଟ୍ ଅଂଚଳରେ ରହୁଥିବା ରାଜେଶ, ୨୦୧୬ରେ ପ୍ରଥମେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ । ହେଲେ ବିଫଳ ହୋଇଥିଲେ । ତାପର ବର୍ଷ ମଧ୍ୟ ରାଜେଶଙ୍କୁ ସଫଳତା ମିଳିନଥିଲା । ଲଗାତର ଦୁଇ ବର୍ଷ ଧରି ଫେଲ୍ ହେବା ପରେ ମାନସିକ ଚାପରେ ଥିଲେ ରାଜେଶ । ଆଶଙ୍କା କରିଥିଲେ ଏଥର ବି ସେ ଫେଲ୍ ହୋଇଯିବେ । ତେଣୁ ଘରେ କେହିନଥିବା ବେଳେ ରାଜେଶ, କିରୋସିନ୍ ଢାଳି ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି ।ପରୀକ୍ଷାରେ ଫେଲ୍ ହୋଇଯିବା ଆଶଙ୍କା କରି ରାଜେଶ ଆତ୍ମହତ୍ୟା କରିଥିବା ପରିବାର କହିଛନ୍ତି । ତେବେ ପୋଲିସ ଅନ୍ୟଦିଗରୁ ବି ତଦନ୍ତ ଜାରି ରଖିଛି ।