ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କୁ ଅଫିସରଙ୍କ ନିର୍ଯ୍ୟାତନା । ଏହି ଅଭିଯୋଗ ଆସିଛି ବ୍ରହ୍ମପୁରର ଆରପିଓଙ୍କ କାର୍ଯାଳୟରୁ । ଏହି କାର୍ଯ୍ୟାଳୟର ଅଧିକାରୀଙ୍କ ନାଁରେ ଆସିଛି ଏହି ସଙ୍ଗୀନ ଅଭିଯୋଗ । ସେହି ବିଭାଗରେ କାର୍ଯ୍ୟରତ ମହିଳା ଷ୍ଟେନୋଙ୍କୁ ଅସଦାଚରଣ ଓ ଶୋଷଣ କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ବିଭିନ୍ନ ସମୟରେ ଆରପିଓ ହେମନ୍ତ କର ମନ୍ଦ ଉଦ୍ଦେଶ୍ୟ ରଖି ଇଙ୍ଗିତ କରିବା ସହ ଦୁର୍ବ୍ୟବହାର କରୁଥିଲେ ।
ଗତ ୫ତାରିଖରେ ମହିଳା ଷ୍ଟେନୋ ଜଣକ ତାଙ୍କ ଚାମ୍ବରରେ କାମ କରୁଥିବା ବେଳେ ଆରପିଓ ହେମନ୍ତ କରଙ୍କ ବ୍ୟବହାର ସୀମା ଟପି ଯାଇଥିଲା । ପ୍ରତିବାଦ କରିବାରୁ ସମ୍ପୃକ୍ତ ଅଧିକାରୀ ମହିଳା ଷ୍ଟେନୋଙ୍କୁ ଗାଳିଗୁଳଜ କରିବା ସହ ତାଙ୍କ ମୁଣ୍ଡକୁ କାନ୍ଥରେ ପିଟି ଦେଇଥିଲେ ।
ସବୁଠୁ ବଡ କଥା ହେଉଛି ଗତ ୫ତାରିଖରେ ପୁଲିସ ନିକଟରେ ସଂପୃକ୍ତ ମହିଳା ଅଭିଯୋଗ କରିବା ପରେ ବି ମାମଲା ରୁଜୁ କରିନଥିଲା ପୁଲିସ । । ମାମଲା ରୁଜୁ ନହେବାରୁ ମହିଳା ଜଣଙ୍କ ଆରଟିଆଇରେ ମାମଲା ସମ୍ପର୍କରେ ତଥ୍ୟ ମାଗିଥିଲେ । ଏହା ପରେ ଦୀର୍ଘ ୧୬ଦିନ ପରେ ବୈଦ୍ୟନାଥପୁର ପୁଲିସ ଏକ ମାମଲା ରୁଜୁ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/OFFICER_00084.jpg)