କନକ ବ୍ୟୁରୋ : ଅଘୋଷିତ ବିଦ୍ୟୁତ୍ କାଟକୁ ବିରୋଧ । ବିଳମ୍ବିତ ରାତିରେ ପୁଣି ରାସ୍ତାରେ ଟାୟାର ଜାଳି ପ୍ରତିବାଦ କଲେ ବ୍ରହ୍ମପୁର ଗୋସାଣିନୂଆ ଗାଁର ଲୋକେ । କିଛି ଦିନ ହେଲା ରାତି ୧୧ଟା ବାଜିବା ମାତ୍ରେ ବିନା ଘୋଷଣାରେ ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ବିଳମ୍ବିତ ରାତିରେ ସ୍ଥାନୀୟ ଲୋକେ ଗୋସାଣିନୂଆ ଅନ୍ଧପସରା ରୋଡ ଛକରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Advertisment

ପୋଲିସ ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ପରିସ୍ଥିତିରେ କିଛି ପରିବର୍ତ୍ତନ ଆସିନଥିଲା । ତେବେ ଟିପିଏସଓଡିଏଲ୍ କର୍ମଚାରୀଙ୍କୁ ଆନ୍ଦୋଳନକାରୀ ଅଟକ ରଖିଥିଲେ । ଆନ୍ଦୋଳନ ଯୋଗୁଁ ରାସ୍ତା ଉପରେ ଯାନବାହାନ ଗୁଡ଼ିକ ବହୁ ସମୟ ଧରି ଅଟକି ରହିଥିଲା । ବିଭାଗୀୟ ଅଧିକାରୀ, ପୋଲିସ ଓ ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି । ଏହାପରେ ଆନ୍ଦୋଳନରୁ ଓହରିଛନ୍ତି ଅଞ୍ଚଳବାସୀ ।