ବ୍ରହ୍ମପୁରରେ ହେବ ବଡ ଲଢେଇ । ଫଟୋରେ ଫଟୋରେ ଦେଖନ୍ତୁ ୭ ବିଧାନସଭା ଆସନରେ କେଉଁ ଦଳରୁ ଲଢିବ କିଏ?

161

କନକ ବ୍ୟୁରୋ : ବ୍ରହ୍ମପୁରରେ ବାଜି ମାରିବ କିଏ? ପୁରୁଖା ଚନ୍ଦ୍ରଶେଖରଙ୍କୁ ସିପାହୀ ସଜାଇ ହ୍ୟାଟ୍ରିକ ମାରିବା ଲକ୍ଷ୍ୟରେ ବିଜେଡି । ନୂଆ ମୁହଁ ସହ ମୈଦାନରେ କଂଗ୍ରେସ ଓ ବିଜେପି । ଗତ ୪ଟି ନିର୍ବାଚନରେ ପ୍ରତ୍ୟେକ ଦଳକୁ ସୁଯୋଗ ଦେଇଛନ୍ତି ବ୍ରହ୍ମପୁରବାସୀ । ତେଣୁ ଚଳିତଥର ଏକ ବଡ ଲଢେଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ବ୍ରହ୍ମପୁର ଲୋକସଭା ଆସନ ପାଇଁ ବିଜେଡିର ଯୋଦ୍ଧା । ନବୀନଙ୍କ ଭରସା ଜିତିଛନ୍ତି. ଭୋଟରଙ୍କ ଭରସା ଜିତିପାରିବେ ତ? ଜାଣନ୍ତୁ ଚନ୍ଦ୍ରଙ୍କ ରାଜନୈତିକ କ୍ୟାରିୟରର କିଛି କଥା

ବ୍ରହ୍ମପୁରରେ ବିଜେପିର ଭାଗ୍ୟ ବଦଳାଇବେ କି ଭୃଗୁ । ଜାଣନ୍ତୁ କେମିତି ରହିଛି ଭୃଗୁଙ୍କ ରାଜନୈତିକ କ୍ୟାରିୟର

ଦିଗପହଣ୍ଡିରେ ଦମ ଦେଖାଇବ କିଏ ? ହେଭିୱେଟ ସୂର୍ଯ୍ୟନାରାୟଣଙ୍କୁ ଟକ୍କର ଦେବାକୁ ମୈଦାନରେ ନବାଗତ ପିଙ୍କି ଓ ପ୍ରଫୁଲ୍ଲ ।

ଦିଗପହଣ୍ଡି : ପୁଣିଥରେ ତେଜ ଦେଖାଇବେ କି ସୂର୍ଯ୍ୟ? ଜାଣନ୍ତୁ ଏହି ହେଭିୱେଟ ନେତାଙ୍କ ଲମ୍ବା ରାଜନୈତିକ କ୍ୟାରିୟର ବିଷୟରେ କିଛି ।

ସିଲଭର ସ୍କ୍ରିନରୁ ରାଜନୀତି ମୈଦାନ । ଜାଣନ୍ତୁ ଅଭିନେତ୍ରୀ ପିଙ୍କିଙ୍କ ପଲଟିକାଲ କ୍ୟାରିୟରର ପ୍ରଥମ ଇନିଂସ ବିଷୟରେ କିଛି ।

କିଏ ଦଖଲ କରିବ ଛତ୍ରପୁର ଗଡ । ମୈଦାନରେ ୩ ଦଳର ନୂଆ ପ୍ରାର୍ଥୀ । କାହାକୁ ଭରସା କରିବେ ଭୋଟର । ଗତ ୪ଟି ନିର୍ବାଚନରେ ସିପିଆଇ ସର୍ବାଧିକ ୨ ଥର, ବିଜେପି ଓ ବିଜେଡି ଥରେ ଲେଖାଏଁ କରିଛନ୍ତି ବାଜିମାତ୍ ।

ଚିକିଟିରେ ଚମକିବ କିଏ? ଗତ ୨ ଦଶନ୍ଧି ଧରି ବିଜେଡିର ଗଡ ରହି ଆସିଛି ଚିକିଟି । ଗଡ ରକ୍ଷା ପାଇଁ ପୁଣିଥରେ ପୁରୁଣା ସିପାହୀଙ୍କୁ ମୈଦାନକୁ ଓହ୍ଲାଇଛି ବିଜେଡି । ବିଜେଡି ଗଡରେ ଧସେଇ ପଶିବାକୁ ବିଜେପି-କଂଗ୍ରେସର ନୂଆ ଷ୍ଟ୍ରାଟେଜି

ଚିକିଟି : ବିଜେଡି ବିଧାୟିକା ପ୍ରାର୍ଥୀ ଉଷା ଦେବୀଙ୍କ ରାଜନୈତିକ କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ବ୍ରହ୍ମପୁର : ଗଡ ସମ୍ଭାଳିବାକୁ ବ୍ରହ୍ମପୁରରେ ପୁରୁଖା ଚ୍ୟାଉ ପଟ୍ଟନାୟକଙ୍କ ବଦଳରେ ନବାଗତ ବିକ୍ରମଙ୍କୁ ମୈଦାନକୁ ଓହ୍ଳାଇଛି ବିଜେଡି । ସବୁଜ ଗଡକୁ ଅକ୍ତିଆର କରିବାକୁ ନୂଆ ଯୋଦ୍ଧାଙ୍କୁ ନିର୍ବାଚନ ରଣକ୍ଷେତଙ୍କୁ ଓହ୍ଲାଇଛି ବିଜେପି-କଂଗ୍ରେସ ।

ପାରଳାଖେମୁଣ୍ଡିରେ କାହାର ପଲ୍ଲା ଭାରି? ଗତ ୪ଟି ନିର୍ବାଚନରେ ବିଜେଡି ଥରେ ମାତ୍ର ବିଜୟୀ ହୋଇଥିବା ବେଳେ କଂଗ୍ରେସ ୩ଥର ମାରିଛି ବାଜି । ପାରଳାଖେମୁଣ୍ଡିରେ ଏଯାଏଁ ଫୁଟିନି ପଦ୍ମ ।

ଗୋପାଳପୁର ଗଡ ଜିତିବ କିଏ ? ହ୍ୟାଟ୍ରିକ ବିଜୟ ପାଇଁ ମୈଦାନକୁ ଓହ୍ଲାଇବେ ପ୍ରଦୀପ, ପଦ୍ମ ଫୁଟାଇବାକୁ ବିଜେପିକୁ ଭରସା ପୁରୁଣା ମୁହଁ । କମବ୍ୟାକ୍ କରିବାକୁ କଂଗ୍ରେସ କଷୁଛି ଅଙ୍କ ।

ଗୋପାଳପୁର ବିଧାନସଭା : ହ୍ୟାଟ୍ରିକ ବିଜୟ ପାଇଁ ମୈଦାନରେ ପ୍ରଦୀପ । ଜାଣନ୍ତୁ ବିଜେଡିର ଏହି ହେଭିୱେଟ ନେତାଙ୍କ ବିଷୟରେ କିଛି ।

ମୋହନାବାସୀଙ୍କ ମନ ଜିଣିବ କିଏ ? ନୂଆ ମୁହଁଙ୍କୁ ନେଇ ମୈଦାନରେ ବିଜେପି-ବିଜେଡି । କମବ୍ୟାକ୍ କରିବାକୁ କଂଗ୍ରେସକୁ ସାହା ପୁରୁଣା ସିପାହୀ ।