କନକ ବ୍ୟୁରୋ : ବ୍ରହ୍ମପୁର ଥାନା ଆଗରେ ଲୋକଙ୍କ ଭିଡ । ହାତରେ ପ୍ରମାଣ ପତ୍ର ଧରିଧାଡିରେ ଠିଆ ହୋଇଛନ୍ତି ଲୋକେ । ଅପେକ୍ଷା କରିଛନ୍ତି, କେତେବେଳେ ବ୍ରହ୍ମପୁର ଏସପି ଡାକିବେ, ଥାନା ଭିତରକୁ ଯାଇ ଚୋରି ହୋଇଥିବା ସୁନାଗହଣା ଫେରିପାଇବେ । ଚୋରି ସୁନା ଜବତ କରି ଫେରାଇବା ନେଇ ପୁଲିସ ସୂଚନା ପାଇବା ପରେ ଲୋକମାନେ ଥାନାକୁ ଆସିଛନ୍ତି । ପୁଲିସ ସେମାନଙ୍କ ପ୍ରମାଣପତ୍ର ରଖି ସୁନା ଗହଣା ଫେରାଇ ଦେଇଛି ।
ବ୍ରହ୍ମପୁରରୁ ଅନେକ ସମୟରେ ଲୁଟପାଟ୍ ହୋଇଥାଏ । ସୁନା ଗହଣା ଚୋରୀ ହୋଇଯାଏ । କାହାର ୪୦ ଭରି ତ ଆଉ କାହାର ୨୦ ଭରି ସୁନା ଗହଣା ଲୁଟି ନେଇଥିଲେ ଲୁଟେରା । ଲୋକମାନେ ଏନେଇ ଥାନାରେ ଅଭିଯୋଗ କଲେ ବି ଚୋରୀ ସୁନା ଫେରିପାଇବା ଆଶା ଛାଡି ଦେଇଥିଲେ । ଚୋରଙ୍କ ପାଖରୁ ଗହଣା ଜବତ ହେବ, ପୁଣି ସେମାନଙ୍କ ପାଖକୁ ଆସିବ ସେ ଆଶା ରଖିନଥିଲେ । ହେଲେ ବ୍ରହ୍ମପୁର ପୁଲିସ ଲୁଟ୍ପାଟ୍ ଘଟଣାରେ ୪ ଜଣଙ୍କୁ ଗିରଫ କରିବା ସହ ୧୩ଶହ ୨୦ ଗ୍ରାମ ସୁନା ଗହଣା ଜବତ କରିଛି । ସେହି ସୁନାର ପ୍ରକୃତ ମାଲିକ ଚିହ୍ନଟ କରି ୧୬ ଜଣଙ୍କୁ ଫେରାଇ ଦେଇଛନ୍ତି ବ୍ରହ୍ମପୁର ଏସପି ।
ଲୋକମାନେ ନିଜ ସୁନା ଅଳଙ୍କାର ଫେରିପାଇ ଖୁସି ହେବା ସହ ବ୍ରହ୍ମପୁର ଏସପି ଓ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି । ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/15-16.jpg)