କନକ ବ୍ୟୁରୋ : ଆରମ୍ଭ ହେଉଛି ଆଇପିଏଲ ମହାକୁମ୍ଭ । ଏହି ସମୟରେ ବେଟିଂ ପାଇଁ ଯୁବପିଢ଼ୀଙ୍କ ଭିତରେ ବଢ଼ିଥାଏ ନିଶା । ଅଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର ଲୋଭ ଦେଖାଇଥାନ୍ତି ବୁକି । ଏହି ବେଟିଂକୁ ରୋକିବାକୁ ବ୍ରହ୍ମପୁର ପୋଲିସ ପକ୍ଷରୁ ପଦକ୍ଷେପ ନିଆଯ।।ଇଛି । ଏହା ସହ ବୁକି ଓ ଏଜେଣ୍ଟଙ୍କୁ କଡା ଚେତାବନୀ ଦେଇଛନ୍ତି ବ୍ରହ୍ମପୁର ପୋଲିସ ଜିଲ୍ଲା ଏସ୍ପି ଶ୍ରବଣା ବିବେଜ ଏମ୍ ।

Advertisment

ଏ ନେଇ ଗୋଇନ୍ଦା ବିଭାଗ ସଜାଗ ଥିବା ବେଳେ ବେଟିଂ ମାମଲାର ପୁରୁଣା ଅପରାଧିଙ୍କ ଉପରେ ପୋଲିସ ର କଡା ନଜର ଥିବା ବ୍ରହ୍ମପୁର ଏସପି କହିଛନ୍ତିା ଏହା ସହ ବେଟିଂ ଭଳି ବେଆଇନ କାର୍ଯ୍ୟକଳାପରେ କେହି ଲିପ୍ତ ନରହିବାକୁ ସେ ଆହ୍ୱାନ ଦେଇଛନ୍ତି । ଏଥିରେ କେବଳ ବୁକି ଓ ଏଜେଣ୍ଟ କୁ ବାଦ୍ ଦେଇ କେହି ଲାଭବାନ ହେଉନଥିବା ବେଳେ ଗ୍ରାହକମାନେ ବିଶେଷ କରି କ୍ଷତି ସହି ଆସିଥିବା ପୁରା ଘଟଣା ଗୁଡିକର ନିରୀକ୍ଷଣରୁ ଜଣାପଡିଛି । ଆଉ ଏଥିରେ ଗ୍ରାହକମାନେ ସର୍ବଶାନ୍ତ ହୋଇ ଜୀବନ ହାରିବାକୁ ମଧ୍ୟ ପଛେଇ ନଥିବା ନଜରକୁ ଆସିଛି ।