ଆସନ୍ତା ୧୫ରେ ଖୋଲିବ ବ୍ରହ୍ମପୁର ଏମକେସିଜି ମେଡିକାଲର ଜେନେରାଲ ଓପିଡି : ସାମାଜିକ ଦୂରତା ରଖିବା ଓ ମାସ୍କ ପିନ୍ଧିବାକୁ ଅପିଲ୍; ପ୍ରବାସୀ ଫେରିବା ପରେ ସଂକ୍ରମଣ ବଢ଼ିବା ଆଶଙ୍କା କରି ଓପିଡିକୁ ବନ୍ଦ କରି ଦେଇଥିଲା ଜିଲ୍ଲା ପ୍ରଶାସନ 

Advertisment
ଆସନ୍ତା ୧୫ରେ ଖୋଲିବ ବ୍ରହ୍ମପୁର ଏମକେସିଜି ମେଡିକାଲର ଜେନେରାଲ ଓପିଡି : ସାମାଜିକ ଦୂରତା ରଖିବା ଓ ମାସ୍କ ପିନ୍ଧିବାକୁ ଅପିଲ୍; ପ୍ରବାସୀ ଫେରିବା ପରେ ସଂକ୍ରମଣ ବଢ଼ିବା ଆଶଙ୍କା କରି ଓପିଡିକୁ ବନ୍ଦ କରି ଦେଇଥିଲା ଜିଲ୍ଲା ପ୍ରଶାସନ 

କନକ ବ୍ୟୁରୋ : ଆସନ୍ତା ୧୫ ତାରିଖରେ ଖୋଲିବ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଜେନେରାଲ ଆଉଟଡୋର । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ତେବେ ଓପିଡିରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି ଜିଲ୍ଲାପାଳ । କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ ମାସ ପ୍ରଥମ ସପ୍ତାହରେ ଓପିଡିକୁ ବନ୍ଦ କରିଦେଇଥିଲା ଜିଲ୍ଲା ପ୍ରଶାସନ । ସାଧାରଣତଃ ଚିକିତ୍ସା ପାଇଁ ଓପିଡିରେ ଅଧିକାଂଶ ସମୟରେ ଗହଳି ଲାଗି ଥାଏ ।

ଆଉ ଜିଲ୍ଲାକୁ ବହୁ ସଂଖ୍ୟାରେ ପ୍ରବାସୀମାନେ ଫେରିବା ପରେ ଓପିଡିରେ ରୋଗୀଙ୍କ ଗହଳି ଆହୁରି ବଢ଼ିଯାଇଥିଲା । ତେଣୁ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା କରି ବନ୍ଦ୍ କରିବାକୁ ନିଷ୍ପତି ନେଇଥିଲା ପ୍ରଶାସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe