ପୁରୁଣ ହେଲା ଦୀର୍ଘଦିନର ଦାବି: ଅତିଥି ଭବନରେ ଚାଲିଥିବା ବାର ବନ୍ଦ ପାଇଁ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ନିର୍ଦେଶ

Advertisment
ପୁରୁଣ ହେଲା ଦୀର୍ଘଦିନର ଦାବି: ଅତିଥି ଭବନରେ ଚାଲିଥିବା ବାର ବନ୍ଦ ପାଇଁ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ନିର୍ଦେଶ

କନକ ବ୍ୟୁରୋ: ଦୀର୍ଘ ଦିନ ଧରି କାଉଁସିଲ ବୈଠକରେ ଯେଉଁ ପ୍ରସଙ୍ଗକୁ ନେଇ ହୋହଲା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। ପଦକ୍ଷେପ ପରେ ସମସ୍ୟାର ଅନ୍ତ ହେବାକୁ ଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ସରକାର ପରିବର୍ତ୍ତନ ହେବା ପରେ ନିୟମରେ ପରିବର୍ତ୍ତନ ହୋଇଛି ନା ପୂର୍ବରୁ ସରକାରୀ ନିୟମକୁ ଉଲଙ୍ଘନ କରାଯାଇଥିଲା।ଆମେ କହୁଛୁ ବ୍ରହ୍ମପୁର ମହାନଗର ନିଗମର ପୌର ଅତିଥି ଭବନ ପରିସରରେ ଖୋଲା ଯାଇଥିଲା ବେଆଇନ ବାର୍ ପ୍ରସଙ୍ଗ ।

ବ୍ରହ୍ମପୁର ମହାନଗର ନିଗମର ୨୨ନମ୍ବର ୱାର୍ଡରେ ରହିଛି ପୌର ଅତିଥି ଭବନ। ୨୦୨୦ରୁ ୫ବର୍ଷ ପାଇଁ ଗାୟତ୍ରୀ ଟେକ୍ନୋ ସୋଲୁସନ ନାମକ ଘରୋଇ ସଂସ୍ଥା ଲିଜ ନେଇଥିଲା। ସଂପୃକ୍ତ ସଂସ୍ଥା ଅତିଥି ଭବନର ସ୍ଥିତାବସ୍ଥାକୁ ଭାଙ୍ଗି ନୂତନ ଭାବେ ଅତିରିକ୍ତ କୋଠରୀ ତିଆରି କରିଛି। ୭ ମାସ ହେବ ସେଠାରେ କ୍ଲାଉଡ–ସେଭେନ୍ ନାମକ ବାର୍ ଖୋଲିଛି। ଯାହାକୁ ବେଆଇନ ଦର୍ଶାଇ ତୁରନ୍ତ ହଟାଇବା ଲାଗି କର୍ପୋରେଟରମାନେ ଦାବି କରିଛନ୍ତି। ନିର୍ମାଣ ସମୟରୁ ବିରୋଧ ହୋଇ ଆସୁଥିବା ବେଳେ ଏବେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୧୫ ଦିନ ଭିତରେ ବାର୍ ବନ୍ଦ କର। ଅତିରିକ୍ତ କୋଠାକୁ ଭାଙ୍ଗି ବିଏମସିକୁ ଅବଗତ କରିବାକୁ ଲିଜଧାରୀଙ୍କୁ ନୋଟିସ କରିଛନ୍ତି କମିଶନର ।

ପୁରୁଣା ସରକାର ସମୟରୁ ଦାବି ହୋଇ ଆସୁଥିବା ବେଳେ ଏବେ ନୋଟିସ୍ ଜାରି କରାଯାଇଛି। ତେବେ ଏବେ ପ୍ରଶ୍ନ ଉଠିଛି, ଏତେ ଦିନ ଜିଲ୍ଲା ପ୍ରଶାସନ ଓ ନିଗମ କର୍ତ୍ତୃପକ୍ଷ ନିରବ ଥିଲେ କାହିଁକି। ସରକାର ପରିବର୍ତ୍ତନ ହେବା ପରେ ନିୟମରେ କିଛି ପରିବର୍ତ୍ତନ ହୋଇଛି? ନା ପୂର୍ବରୁ ସରକାରୀ ନିୟମକୁ ଉଲଙ୍ଘନ କରାଯାଇଥିଲା? ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ କର୍ପୋରେଟର୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe