ଚର୍ଚ୍ଚାରେ ବ୍ରହ୍ମପୁରର ହରି ଗୋବିନ୍ଦ ମହାରଣା : ଫିଟିକିରିରେ ତିଆରି କଲେ ତିନି ରଥ ଓ ଶ୍ରୀମନ୍ଦିର 

100

କନକ ବ୍ୟୁରୋ : ଫିଟିକିରିରେ ତିନି ରଥ ଓ ଶ୍ରୀମନ୍ଦିର । ବ୍ରହ୍ମପୁରର ହରି ଗୋବିନ୍ଦ ମହାରଣା ଏପରି ରଥ ଓ ଶ୍ରୀମନ୍ଦିର ନିର୍ମାଣ କରିଛନ୍ତି । ପୂର୍ବରୁ ସେ ବିଭିନ୍ନ ଖାଦ୍ୟଶସ୍ୟରେ ରଥ ତିଆରି କରି ଚର୍ଚ୍ଚାରେ ରହିଥିବା ବେଳେ ଚଳିତ ବର୍ଷ ସେ ଫିଟିକିରିରେ ନିର୍ମାଣ କରିଛନ୍ତି ଶ୍ରୀକ୍ଷେତ୍ର ଓ ୩ ରଥ । ଏଥିପାଇଁ ସେ ୭ କିଲୋ ଫିଟିକିରି ବ୍ୟବହାର କରିଛନ୍ତି ।

ମନ୍ଦରର ଉଚ୍ଚତା ୬ ଇଞ୍ଚ ରହିଥିବା ବେଳେ ୬ ଇଞ୍ଚ ଉଚ୍ଚତାର ୩ଟି ରଥ ନିର୍ମାଣ କରିଛନ୍ତି । ବହୁ ଛୋଟ ରଥ ହୋଇଥିଲେ ମଧ୍ୟ ସେଥିରେ ଲାଗିଛି ଚକ । ଏହାକୁ ତିଆରି କରିବା ପାଇଁ ୧୫ ଦିନ ସମୟ ଲାଗିଥିଲା ବୋଲି କହିଛନ୍ତି ଗୋବିନ୍ଦ ମହାରଣା ।