୧୨୦ ଟଙ୍କାରେ ମିଳୁଛି ବ୍ରହ୍ମପୁର ଇଡିଲ ମଟନ୍ । ଖାଇବାକୁ ସୁଆଦିଆ, ଲାଗୁଛି ପ୍ରବଳ ଭିଡ

Advertisment
୧୨୦ ଟଙ୍କାରେ ମିଳୁଛି ବ୍ରହ୍ମପୁର ଇଡିଲ ମଟନ୍ । ଖାଇବାକୁ ସୁଆଦିଆ, ଲାଗୁଛି ପ୍ରବଳ ଭିଡ

କନକ ବ୍ୟୁରୋ : ବ୍ରହ୍ମପୁର ସହରର ଇଡଲି ମଟନ୍ । ଖାଇବାକୁ ଖୁବ୍ ସୁଆଦିଆ ହୋଇଥିବା ବେଳେ ମାତ୍ର ୧୨୦ ଟଙ୍କାରେ ମିଳୁଥିବାରୁ ଏହାକୁ ଖାଇବାକୁ ସଂଧ୍ୟାରେ ଦୋକାନରେ ଜମୁଛି ଭିଡ଼ । ସିଟି ହାଇସ୍କୁଲ ପଡ଼ିଆ ସମ୍ମୁଖରେ ଥିବା ଏହି ହୋଟେଲରେ ମାଂସ ସହ ଇଡଲି, ଚିଙ୍ଗୁଡ଼ି, ଅଣ୍ଡା ଚକୁଳି ମଧ୍ୟ ମିଳୁଛି । ଏହାକୁ ଖାଇବାକୁ କେବଳ ବ୍ରହ୍ମପୁର ନୁହେଁ ବାହାର ଜିଳ୍ଲାରୁ ଲୋକମାନେ ମଧ୍ୟ ଆସି ଖାଉଛନ୍ତି । ସାଧାଣତଃ ରୁଟି କିମ୍ବା ଭାତ ସହ ମାଂସ ଅନେକ ଖାଇଥାଆନ୍ତି । ଆଉ ମଧ୍ୟ ଅନେକ ସ୍ଥାନରେ ମୁଢି ମାଂସ ବିକ୍ରି ହେବାର ଦେଖିବାକୁ ମିଳିଛି । କିନ୍ତୁ ବ୍ରହ୍ମପୁର ସହରରେ ଥିବା ଏହି ହୋଟେଲର ଇଡ଼ିଲ ମଟନ ସ୍ୱାଦ ଟିକେ ନିଆରା ହୋଇଥିବାରୁ ଦୂର ଦୂରାନ୍ତରରୁ ବର୍ଷ ବର୍ଷ ଧରି ଲୋକେ ଏଠାରେ ଖାଇଆସୁଛନ୍ତି ।

ହୋଟେଲ ମାଲିକ ବୁଲୁ କିଛି ବର୍ଷ ପୂବରୁ କେରଳ ବୂଲିବା ପାଇଁ ଯାଇଥିଲେ । ସେଠାରେ ଇଡିଲି ମଟନ ବିକ୍ରି ହେବାର ଦେଖିଥିଲେ । ନିଜେ ମଧ୍ୟ ଏହାକୁ ଖାଇଥିଲେ । ଖାଇବାକୁ ବେଶ ସ୍ୱାଦିଷ୍ଟ ହୋଇଥିବାରୁ ଏହାକୁ ନେଇ ସେ ବ୍ୟବସାୟ କରିବାର ସ୍ୱପ୍ନ ଦେଖିଥିଲେ । ବ୍ରହ୍ମପୁର ସହରରେ ଆରମ୍ଭ କରିଥିଲେ ଏକ ଛୋଟ ଦୋକାନ । ପ୍ରଥମେ ପ୍ରଥମେ ପୋର ଭଲ ହେଉନଥିଲା । ଆଉ ଏବେ ଭଲ ବ୍ୟବସାୟ ହେବା ଭଲ ରୋଜଗାର ମଧ୍ୟ ହେଉଛି । ପ୍ରତିଦିନ ୭ରୁ ୮ କିଲୋ ମାଂସ, ୮କିଲୋ ଚିକେନ୍ ଓ ୨ କିଲୋ ଚିଙ୍ଗୁଡ଼ିରେ ବିଭନ୍ନ ପ୍ରକାରର ସ୍ୱାଦିଷ୍ଟ ଆଇଟମ୍ କରି ଲୋକଙ୍କୁ ପରସୁଥିବା ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe