ପୁଣି ଆସିଲା ରାଗିଂ ଅଭିଯୋଗ : କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ ଛାତ୍ରୀ

176

କନକ ବ୍ୟୁରୋ : ବ୍ରହ୍ମପୁରରୁ ପୁଣି ଆସିଲା ରାଗିଂ ଅଭିଯୋଗ । ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ରାଗିଂ ହୋଇଥିବା ଅଭିଯୋଗ । ଯୁକ୍ତ ଦୁଇର ଛାତ୍ରୀଙ୍କୁ ରାଗିଂ ହୋଇଥିବା କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି । ସିନିୟର ଛାତ୍ରମାନେ ଶ୍ରେଣୀଗୃହରେ ବାଣ ଫୁଟାଇବା ସହ ବିଶୃଙ୍ଖଳା କରୁଥିବା ନେଇ ଛାତ୍ରୀ ଅଭିଯୋଗ ଆଣିଛନ୍ତି । ଅଭିଯୋଗକୁ ନେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ଦେଇଛନ୍ତି ଛାତ୍ରୀ ।

ରାଗିଂ ଘଟଣା ନେଇ ଅଭିଯୋଗ ପାଇବା ପରେ ଆଣ୍ଟି ରାଗିଂ କମିଟିକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଲେଜ କର୍ତ୍ତୃପକ୍ଷ । ୨ ମାସ ପୂର୍ବରୁ କିଛି ଛାତ୍ରୀ ଏଭଳି ଅଭିଯୋଗ ଆଣିବା ପରେ ୬ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ କଲେଜ କର୍ତ୍ତୃପକ୍ଷ । ୧୦ ଦିନ ପାଇଁ ୬ ଜଣ ଛାତ୍ରଙ୍କୁ କ୍ୟାମ୍ପସରୁ ନିଲମ୍ବନ କରାଯାଇଥିଲା । ଗତ ୨ ଦିନ ହେଲା ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ରାଗିଂ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ରାଗିଂରେ ସମ୍ପୃକ୍ତ ଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରାଯାଇଛି ।