କନକ ବ୍ୟୁରୋ : ବରଗଡ଼ ସୋହେଲାରେ ଅଭାବନୀୟ ଘଟଣା । କୀଟନାଶକ ପିଇ ଗୋଟିଏ ପରିବାର ୩ଜଣଙ୍କ ମୃତ୍ୟୁ ହୋଇଛି । କୀଟନାଶକ ପିଇବା ପରେ ଗୁରୁତର ଅବସ୍ଥାରେ ୩ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ଭାଇ, ଭଉଣୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ମାଆର ଚିକିତ୍ସା ଚାଲିଥିଲା । ମାଷ୍ଟରପଡ଼ାର ସ୍ୱର୍ଗତ ଅର୍ଜୁନ ସାହୁଙ୍କ ସ୍ତ୍ରୀ କୁମୋଦିନି, ପୁଅ ବଂଶୀଧର ଓ ଝିଅ ସୁବର୍ଣ୍ଣା ବିଷ ପିଇ ଘର କବାଟ ବନ୍ଦ କରିଥିଲେ ।

Advertisment

ପଡ଼ୋଶୀଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା । ୩ଜଣଙ୍କ ମଧ୍ୟରୁ ବଂଶୀଧର ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାକୁ ସ୍ଥାନାନ୍ତରିତ କରାଯାଇଥିଲା । ମାନସିକ ଚାପରେ ପୁରା ପରିବାର ଏଭଳି ଉଦ୍ୟମ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗତ ୬ ତାରିଖ ଦିନ ଘରର ମୁଖିଆ ଅର୍ଜୁନ ସାହୁଙ୍କ ରୋଗାଗ୍ରସ୍ତ ଅବସ୍ଥାରେ ଦେହାନ୍ତ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁକୁ ସହିପାରନଥିଲେ ପରିବାର । ଶେଷରେ ଏଭଳି ଚରମ ନିଷ୍ପତ୍ତି ନେବାକୁ ଚାହିଁଥିଲେ ପୁରା ପରିବାର ।