ମୃତ୍ୟୁର କୂଅରେ ଜୀବନ ଗଲା । କୂଅ ସଫାକଲା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଭାଇ ମୃତ । ଗଞ୍ଜାମରୁ ଆସିଲା ଦୁଃଖଦ ଖବର

Advertisment
ମୃତ୍ୟୁର କୂଅରେ ଜୀବନ ଗଲା । କୂଅ ସଫାକଲା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଭାଇ ମୃତ । ଗଞ୍ଜାମରୁ ଆସିଲା ଦୁଃଖଦ ଖବର

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ରାଉତି ପଞ୍ଚାୟତ ଜଗନ୍ନାଥପାଟଣା ଗ୍ରାମରେ ଆଜି ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି। ପଙ୍କ ସଫା କରିବା ଓ ଉଝାଳିବାକୁ କୂଅ ଭିତରେ ପଶିଥିବା ଦୁଇ ଭାଇଙ୍କ ଶ୍ୱାସରୁଦ୍ଧରେ ମୃତ୍ୟୁ ହୋଇଛି। ମୃତକମାନେ ହେଲେ, କୈଳାସ ପ୍ରଧାନ (୪୮) ଓ ପ୍ରଦୀପ ପ୍ରଧାନ (୩୬)। ଏଥିରେ କୈଳାସଙ୍କ ପୁଅ ବାବୁ ଗୁରୁତର ହୋଇଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

କୈଳାସଙ୍କ ଘର ବାରିପଟେ ଥିବା କୂଅ ଶୁଖିଯାଇଥିବା ସହ ପଙ୍କ ଭର୍ତ୍ତି ହୋଇ ରହିଥିଲା। ଫଳରେ ଏହାକୁ ଉଝାଳିବା ପାଇଁ କୈଳାସ ଓ ତାଙ୍କ ସାନ ଭାଇ ପ୍ରଦୀପ ୪ଟାରେ କୂଅ ଭିତରେ ପଶିଥିଲେ। କିନ୍ତୁ ବହୁ ସମୟ ଧରି କୌଣସି ଶବ୍ଦ ନଶୁଭିବାରୁ କୈଳାସଙ୍କ ପୁଅ କୂଅ ପାଖରେ ବାପା ଓ ଦାଦାଙ୍କୁ ଡାକିଥିଲେ। କିନ୍ତୁ କେହି ନଶୁଣିବାରୁ ଘର ଲୋକଙ୍କୁ ଏନେଇ ଖବର ଦେବା ସହ ନିଜେ କୂଅ ଭିତରେ ପଶିଯାଇଥିଲେ। କିଛି ସମୟ ପରେ ଜଗନ୍ନାଥପ୍ରସାଦ ଦମକଳବାହିନୀ ପହଞ୍ଚି ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା।

ସ୍ଥ୍ୟକେନ୍ଦ୍ରରେ କୈଳାସ ଓ ପ୍ରଦୀପଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବାବୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁଇଭାଇଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଏହି ଘଟଣା ଗାଁରେ ଶୋକାକୁଳ ପରିବେଶ ଆଣି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe